Uncategorized

ସୋନି ପକ୍ଷରୁ ୟୁଏଲଟି ପାୱାର ସାଉଣ୍ଡ ଓୟାରଲେସ ସ୍ପିକର, ସାଉଣ୍ଡବାର ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ୟୁଏଲଟି ପାୱାର ସାଉଣ୍ଡ ସିରିଜର ଓୟାରଲେସ୍ ସ୍ପିକର ଓ ନଏଜ କ୍ୟାନସଲେସନ ସାଉଣ୍ଡବାରକୁ ଉନ୍ମୋଚନ କରାଯାଇଛି । ସଙ୍ଗୀତ ପ୍ରେମୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ସ୍ପିକର ହୃଦୟକୁ ଝୁମାଇବ । ଏହି ନୂଆ ବର୍ଗମାଳାରେ ୟୁଏଲଟି ଟାୱାର ୧୦, ୟୁଏଲଟି ଫିଲ୍ଡ ୭ ଓ ୟୁଏଲଟି ଫିଲ୍ଡ ୧ ଓୟାରଲେସ ସ୍ପିକର୍ ଓ ନଏଜ କ୍ୟାନସଲେସନ୍ ହେଡଫୋନ ୟୁଏଲଟି ୱେର ରହିଛି । ୟୁଏଲଟି ବଟନ ସମେତ ଏହି ସିରିଜର ସମସ୍ତ ଉତ୍ପାଦ ଗୋଟିଏ କିମ୍ବା ଦୁଇଟି ସାଉଣ୍ଡ ମୋଡ ପ୍ରଦାନ କରୁଛି ।
ୟୁଏଲ୍‌‌ଟି ପାୱାର ୧୦ ସହିତ ଆପଣଙ୍କ ଘରକୁ ପାର୍ଟିରେ ପରିଣତ କରନ୍ତୁ । ଏହା ସହିତ ଏକ ଓୟାରଲେସ୍ ମାଇକ ମଧ୍ୟ ଆସୁଛି । ଟିଭିରେ ମଧ୍ୟ ଏହି ସ୍ପିକରକୁ ଯୋଡ଼ାଯାଇପାରିବ । ସେହିପରି ୟୁଏଲଟି ପାୱାର ସାଉଣ୍ଡରେ ଉଲ୍ଲେଖନୀୟ ବେସ ରହିଛି । ୟୁଏଲଟି ୧ର ବେସ ହୃଦୟକୁ ଝୁମାଇବ ଏବଂ ୟୁଏଲଟି ୨ ଶକ୍ତିଶାଳୀ ବିଟ ପ୍ରଦାନ କରିବ ଯାହା ଆପଣଙ୍କୁ ନଚାଇବ । ୩୬୦ ଡିଗ୍ରି ପାର୍ଟି ସାଉଣ୍ଡ ଓ ୩୬୦ ଡିଗ୍ରି ପାର୍ଟି ଲାଇଟ ଆପଣଙ୍କ ଘରର କୋଣ ଅନୁକୋଣରେ ଶବ୍ଦ ପହଂଚାଇବ । ୟୁଏଲଟି ଟାୱାର ୧୦ ଉତ୍ସବ ଭଳି ପରିବେଶ ସୃଷ୍ଟି କରିବ । ଏଥିରେ ଆପଣମାନେ କାରାଓକ, ଗିଟାର ଓ ଟିଭି ସାଉଣ୍ଡ ବୁଷ୍ଟରକୁ ମଧ୍ୟ ବ୍ୟବହାର କରିପାରିବେ ।
ୟୁଏଲଟି ଫିଲ୍ଡ ୭କୁ ଆପଣ ଅନ୍ୟ ସ୍ଥାନକୁ ନେଇ ଯାତ୍ରା କରିପାରିବେ । ଏହା ଜଳ ଓ ଧୂଳିକଣା ନିରୋଧୀ ହୋଇଥିବା ବେଳେ ଦୀର୍ଘ ବ୍ୟାଟେରି ଜୀବନ ପ୍ରଦାନ କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି । ଏଥିରେ ମଧ୍ୟ ୟୁଏଲଟି ପାୱାର ସାଉଣ୍ଡ ରହିଛି । ଏହାର ବ୍ୟାଟେରି ୩୦ ଘଂଟା ପର୍ଯ୍ୟନ୍ତ କାମ କରିବ । ଫଳରେ ଆପଣମାନେ ଲମ୍ବା ସମୟ ପାର୍ଟି କରିପାରିବେ । ଏହା ଲୁଣିଆ ପାଣି ନିରୋଧୀ ମଧ୍ୟ । କରାଓକ୍ ଓ ଗିଟାରକୁ ଏଥିରେ ବ୍ୟବହାର କରିହେବ । ପାର୍ଟି ଅଂଚଳର ପରିବେଶକୁ ଏହାର ଲାଇଟ୍‌‌ ଜରିଆରେ ବଦଳାଇ ହେବ ।
ୟୁଏଲଟି ଫିଲ୍ଡ ୧ ହେଉଛି ଜଳ, ଧୂଳିକଣା ଓ ବିଦ୍ୟୁତ ଆଘାତ ନିରୋଧୀ । ଏଥିରେ ଥିବା ବ୍ୟାଟେରିର ଲମ୍ବା ଜୀବନ ରହିଥିବା ବେଳେ ବେସରେ ଉନ୍ନତି ଆଣିବା ଲାଗି ଏହାର ୟୁଏଲଟି ୧କୁ ସକ୍ରିୟ କରିହେବ । ଏହା ୧୨ ଘଂଟାର ଲମ୍ବା ବ୍ୟାଟେରି ଜୀବନ ପ୍ରଦାନ କରୁଛି । ସେହିପରି ଅଲଟ୍ରା ଓୟାରରେ ପ୍ରିମିୟମ ନଏଜ କ୍ୟାନସଲେସନ ସୁବିଧା ରହିଛି । ଏହି ହେଡଫୋନ ଆପଣଙ୍କୁ ଉତ୍ସବ ଓ କ୍ଲବର ଅନୁଭୂତି ପ୍ରଦାନ କରିବ । ଏଥିରେ ସୋନିର ଇଂଟିଗ୍ରେଟେଡ ପ୍ରୋସେସର ଭି୧କୁ ବ୍ୟବହାର କରାଯାଇଛି । ଏଥିରେ ଏଭଳି ସେନସର ବ୍ୟବହାର କରାଯାଇଛି ଯେଉଁଥିପାଇଁ ଏହାକୁ ମୁଣ୍ଡରୁ ବାହାର କରିଦେଲେ ମ୍ୟୁଜିକ ଆପେ ବନ୍ଦ ହୋଇଯିବ । ପୁଣି ମୁଣ୍ଡରେ ଭର୍ତି କଲେ ବ୍ଲୁଟୁଥ ଆପେ ସଂଯୋଗ ହୋଇଯିବ । ଏହାର ବ୍ୟାଟେରି ୩୦ ଘଂଟା ପର୍ଯ୍ୟନ୍ତ କାମ କରିବ । ମାତ୍ର ୩ ମିନିଟ ଚାର୍ଜ କଲେ ତାହା ୯୦ ମିନିଟ ପର୍ଯ୍ୟନ୍ତ କାମ କରିବ ।
ସୋନି ୟୁଏଲଟି ଟାୱାର ୧୦ର ଦାମ ୮୯,୯୯୦ ଟଙ୍କା, ୟୁଏଲଟି ଫିଲ୍ଡ ୭ ଦାମ ୩୯,୯୯୦ ଟଙ୍କା, ୟୁଏଲଟି ଫିଲ୍ଡ ୧ ଦାମ ୧୦,୯୯୦ ଟଙ୍କା ଓ ୟୁଏଲଟି ଓୟାର ଦାମ ୧୬,୯୯୦ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

5 × one =