Uncategorized

ମହିନ୍ଦ୍ରା ପକ୍ଷରୁ ୧୮.୯୦ ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ବିଇ ୬ଇ ଓ ୨୧.୯୦ ଲକ୍ଷ ଟଙ୍କାରେ ଏକ୍ସଇଭି ୯ଇ ଉନ୍ମୋଚିତ

ଭୁବନେଶ୍ୱର: ମହିନ୍ଦ୍ରା ପକ୍ଷରୁ ଇଲେକ୍ଟ୍ରିକ୍ ଗମନାଗମନ କ୍ଷେତ୍ରରେ ଦୁଇ ଇଲେକ୍ଟ୍ରିକ୍ ଅରିଜିନ୍ ଏସ୍‌ୟୁଭି ବିଇ ୬ଇ ଓ ଏକ୍ସଇଭି ୯ଇକୁ ଉନ୍ମୋଚନ କରାଯାଇଛି। ବୈପ୍ଳବିକ ଇଲେକ୍ଟ୍ରିକ୍ ଅରିଜିନ୍ ଢାଂଚା ଇଙ୍ଗଲୋରେ ଆଧାରିତ ଓ ଏମ୍‌ଏଆଇଏର ଶକ୍ତି ସହ ସେଗୁଡ଼ିକୁ ଗଠନ କରାଯାଇଛି। ଏକ ଗ୍ଲୋବାଲ୍ ପ୍ରିମିୟର୍‌ରେ ଉଭୟ ଗାଡ଼ିର ମୂଲ୍ୟ ଉନ୍ମୋଚନ କରାଯାଇଛି। ବିଇ ୬ଇର ପ୍ରାରମ୍ଭିକ ମୂଲ୍ୟ ୧୮.୯୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଏକ୍ସଇଭି ୯ଇର ମୂଲ୍ୟ ୨୧.୯୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ଅଟୋମୋଟିଭ୍ ସେକ୍ଟରର ଅଧ୍ୟକ୍ଷ ତଥା ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅଟୋମୋବାଇଲ ଲିମିଟେଡ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ବିଜୟ ନାକ୍ରା କହିଛନ୍ତି ଯେ, “ଆମ ବ୍ରାଣ୍ଡ ଚିନ୍ତାଧାରାକୁ ପ୍ରେରଣା ଦେଉଥିବା ଆମର ଇଲେକ୍ଟ୍ରିକ୍ ଅରିଜିନ୍ ଏସୟୁଭି, ବିଇ ୬ଇ ଏବଂ ଏକ୍ସଇଭି ୯ଇ ଅନଲିମିଟ ଲନˆୁ ଦର୍ଶାଉଛି ଯାହା ଆମ ଗ୍ରାହକମାନଙ୍କୁ ଏକ ସୀମା ବିହୀନ ଜୀବନ ବଂଚିିବାକୁ ପ୍ରେରଣା ଦେବ। ଅତୁଳନୀୟ ଜ୍ଞାନକୌଶଳ ଏବଂ ଅତୁଳନୀୟ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ଆମର ଇଲେକ୍ଟ୍ରିକ୍ ଅରିଜିନ୍ ଏସୟୁଭି ନୂତନ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପିତ କରିବ। ବିଇ-୬ଇ ଏହାର ଆକର୍ଷଣୀୟ, ଆଥଲେଟିକ୍ ସିଲୁଏଟ୍ ଏବଂ ରେସ୍‌-ପ୍ରେରିତ ପ୍ରଦର୍ଶନ ଏବଂ କ୍ଷୀପ୍ରତାରେ ଉନ୍ନତି କରୁଥିବା ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ଏକ୍ସଇଭି ୯ଇ ଏହାର ସୁନ୍ଦର ଏୟୟୁଭି କୁପ୍ ଡିଜାଇନ୍ ସହିତ ଅତ୍ୟାଧୁନିକତାକୁ ଉନ୍ମୋଚନ କରିଛି ଯାହା ଗତିଶୀଳ ପ୍ରଦର୍ଶନ ସହିତ ଆନନ୍ଦଦାୟକ ବିଳାସକୁ ନିରବଚ୍ଛିନ୍ନ ଭାବରେ ମିଶ୍ରଣ କରିପାରିଛି।”
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ଅଟୋମୋଟିଭ୍ ପ୍ରଡକ୍ଟ ଡେଭଲପମେଂଟର ଅଧ୍ୟକ୍ଷ ତଥା ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅଟୋମୋବାଇଲ ଲିମିଟେଡର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆର ଭେଲୁସାମୀ କହିଛନ୍ତି ଯେ, “ବିଇ ୬ଇ ଏବଂ ଏକ୍ସଇଭି ୯ଇ ହେଉଛି ପରବର୍ତୀ ଭାରତୀୟ ଆଇକନ୍ ଯାହା ବିଶ୍ୱ ବିଜେତା ହେବ । ନିର୍ମିତ ଯାନ ଏବଂ ଏହି ଦୁଇଟି ଇଲେକ୍ଟ୍ରିକ୍ ଏସୟୁଭି ମଧ୍ୟରେ ପାର୍ଥକ୍ୟ ହେଉଛି ଯେ ଗୋଟିଏ କେବଳ ପ୍ରଦର୍ଶନର ଶିଳ୍ପ ମାନଦଣ୍ଡ ସହିତ ମେଳ ଖାଉଥିବା ବେଳେ ଅନ୍ୟଟି ପ୍ରଦର୍ଶନ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି। ଆମ ଆଧାରରେ ନିର୍ମିତ ଏହି ଦୁଇଟି ଉତ୍ପାଦ ଆମ ଆଧାରରେ ନିର୍ମିତ ଏବଂ ବିଶ୍ୱର ଦ୍ରୁତତମ ଅଟୋମୋଟିଭ୍ ପ୍ରତିଭା ଏମ୍‌ଆଇଏ ଦ୍ୱାରା ପରିଚାଳିତ ଏହି ଦୁଇଟି ଉତ୍ପାଦ ମହିନ୍ଦ୍ରାର ଅନଲିମିଟ ଇଣ୍ଡିଆର ସ୍ୱପ୍ନକୁ ପ୍ରତିଫଳିତ କରି ନୂତନ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପନ କରିଛି।”
ଇଙ୍ଗଲୋ ଇଲେକ୍ଟ୍ରିକ୍ ଅରିଜିନ୍ ଢ଼ାଂଚାରେ ବିଇ ୬୨ରେ ୬୮୨ କିମି ରେଂଜ୍ ଓ ଏକ୍ସଇଭି ୯ଇର ରେଂଜ୍ ୬୫୬ କିମି ରହିଛି। ଏଲ୍‌ଏଫ୍‌ପି ବ୍ୟାଟେରି ପ୍ୟାକ୍ ରହିଛି। ଉଭୟ ୭୯ କେଡବ୍ଲୁଏଚ୍ ଓ ୫୯ କେଡବ୍ଲୁଏଚ୍ ପ୍ୟାକ୍‌ରେ ଜୀବନବ୍ୟାପୀ ବ୍ୟାଟେରି ୱାରେଂଟି ରହିଛି। ୩-ଇନ୍‌-୧ ସମନ୍ୱିତ ପାୱାରଟ୍ରେନ୍ ୨୧୦ କେଡବ୍ଲୁ ପର୍ଯ୍ୟନ୍ତ ଶକ୍ତି ପ୍ରଦାନ କରୁଛି। ବିଇ ୬ଇ ମାତ୍ର ୬.୭ ସେକେଣ୍ଡ ଓ ଏକ୍ସଇଭି ୯ଇ ମାତ୍ର ୬.୮ ସେକେଣ୍ଡରେ ୦-୧୦୦ କିମି ପର୍ଯ୍ୟନ୍ତ ପହଂଚିପାରୁଛି। ଏହାର ୧୭୫ କେଡବ୍ଲୁ ଫାଷ୍ଟ ଚାର୍ଜରରେ ୨୦ ମିନିଟ୍ ଭିତରେ ୨୦-୮୦ ପ୍ରତିଶତ ଚାର୍ଜ ହୋଇପାରୁଛି। ଏଥିରେ ଆଇ-ଲିଙ୍କ ସସ୍‌ପେନ୍‌ସନ୍‌, ୫ ଲିଙ୍କ ପଛ ସସ୍‌ପେନ୍‌ସନ୍ ଓ ଇଂଟେଲିଜେଂଟ୍ ସେମି ଆକ୍ଟିଭ୍ ଡ୍ୟାମ୍ପ୍‌ର ରହିଛି। ସମନ୍ୱିତ ଇଲେକ୍ଟ୍ରିକ୍ ବୁଷ୍ଟର (ଆଇଇବି) ସହ ବ୍ରେକ୍‌-ବାଏ-ଓୟାର ପ୍ରଯୁକ୍ତି ରହିଛି। ହାଇ ପାୱାର ଷ୍ଟିୟରିଂ ସହିତ ଭାରିଏବଲ୍ ଗିୟର ରେସିଓ ୧୦ ଏମ୍‌ର ଟିସିଡି ପ୍ରଦାନ କରୁଛି।
ଏହାର ଆର୍ଟିଫିସିଆଲ ଇଟେଂଲିଜେନ୍ସ ଢାଂଚାରେ ସଫ୍ଟଓୟାର ନିର୍ମାଣ କରୁଥିବା ଯାନ, କ୍ୱାଲକମ୍ ସ୍ନାପଡ୍ରାଗନ ୮୨୯୫ ପ୍ରୋସେସର, ୨୫ ଜିବି ରାମ୍‌, ୧୨୮ ଜିବି ଷ୍ଟୋରେଜ୍‌, ଆଡ୍ରେନୋ ଜିପିଓ, ୱାଇ-ଫାଇ ୬.୦ ବ୍ଲୁଟୁଥ୍‌, ୫ଜି ସଂଯୋଗ, ମୋବାଇଲଆଇକ୍ୟୁ ୬ ଚିପ୍ ସହିତ ୨ ଜିବି ରାମ୍ ଓ ୮ ଏମ୍‌ପି କ୍ୟାମେରା ରହିଛି। ଏଥିରେ ମନୋରଂଜନ, ଓଟିଟି, ସିନେମା, ସପିଙ୍ଗ ଆଦି ପାଇଁ ୬୦ରୁ ଅଧିକ ଆପ୍ ରହିଛି।
ଇଲେକ୍ଟ୍ରିକ୍ ଅରିଜିନ୍ ଏସ୍‌ୟୁଭିକୁ ୨୦୨୫ ଜାନୁଆରିଠାରୁ ପର୍ଯ୍ୟାୟକ୍ରମେ ଉନ୍ମୋଚନ କରାଯିବ। ୨୦୨୫ ଫେବ୍ରୁଆରି ଶେଷ ଆଡ଼କୁ କିମ୍ବା ମାର୍ଚ୍ଚ ପ୍ରାରମ୍ଭରୁ ଡେଲିଭରି ଆରମ୍ଭ କରାଯିବ।

Share

Leave a Reply

Your email address will not be published. Required fields are marked *

fifteen − 6 =