Uncategorized

ମୃତ୍ୟୁ ଆଗରେ ହାର ମାନିଗଲା ହାତୀ

ଦୀର୍ଘ ପାଞ୍ଚ ଦିନର ପରିଶ୍ରମ ପାଣି ଫୋଟକା ପାଲଟିଗଲା । ଶେଷରେ ଆଖି ବୁଜିଲା ହାତୀ । ସମ୍ବଲପୁରରେ ବି ବଞ୍ଚିପାରିଲାନି ହାତୀ । ପ୍ରଥମ ଆଠଗଡ଼ ଆଉ ଏବେ ସମ୍ବଲପୁରରେ ମରିଯାଇଛି ଦନ୍ତା ହାତୀ ।

ପୋଖରୀରୁ ବାହାରକୁ ଆସିବା ପରେ ହାତୀଟିର ମୃତ୍ୟୁ ହୋଇଛି ବୋଲି ସମ୍ବଲପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ସାପଲହରା ଗାଁ ପୋଖରୀରେ ଏକ ଦନ୍ତାହାତୀ ଫସିରହିଥିଲା । ପୋଖରୀରେ ଫସିଥିବାର ହାତୀକୁ ବାହାର କରିବା ବନବିଭାଗ ପକ୍ଷେ କାଠିକର ପାଠ ହୋଇଥିଲା । ଦିନକୁ ଦିନ ହାତୀର ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଶେଷରେ ବନବିଭାଗ ଓୟୁଏଟି ଟିମ୍‌ର ସହଯୋଗ ଲୋଡିଥିଲା । ଓୟୁଏଟିର ଏକ ଟିମ୍‌ ସମ୍ବଲପୁରରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇନଥିଲେ । ଶେଷରେ ମଙ୍ଗଳବାର ଦିନ କ୍ରେନ୍‌ ଓ ରଶି ସହାୟତାରେ ହାତୀକୁ ପୋଖରୀ ବାହାରକୁ ଅଣାଯାଇଥିଲା । ହେଲେ ସେତେବେଳକୁ ସବୁ ବିଳମ୍ବ ହୋଇଯାଇଥିଲା । ପୋଖରୀରୁ ବାହାରିବାର କିଛି ସମୟ ପରେ ଦନ୍ତାଟିର ମୃତ୍ୟୁ ହୋଇସାରିଥିଲା । ଏନେଇ ସମ୍ବଲପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି ।

ତେବେ ହାତୀଟିର ମୃତ୍ୟୁ ପରେ ମୃତଦେହକୁ ପୋଷ୍ଟମର୍ଟମ କରାଯିବ। ଏହାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − 11 =