Uncategorized

ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସର ନୂଆ ଅଧ୍ୟକ୍ଷ ଭାବେ ଅଖିଲ ଗୁପ୍ତାଙ୍କ ଯୋଗଦାନ

ଭୁବନେଶ୍ୱର/ କଟକ/ସମ୍ବଲପୁର: ଭାରତୀ ଗ୍ରୁପ୍‌ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ ଏହାର ନେତୃତ୍ୱ ଟିମ୍‌ରେ ପରିବର୍ତନ କରିଛି । ନୂତନ ଅଧ୍ୟାୟ ପାଇଁ ପ୍ରସ୍ତୁତ ହେଉଥିବା କମ୍ପାନି ଭାରତୀ ଏଂଟରପ୍ରାଇଜେସ୍‌ର ଉପାଧ୍ୟକ୍ଷ ଅଖିଲ ଗୁପ୍ତାଙ୍କୁ ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି । ଶୁଭାରମ୍ଭ ପରଠାରୁ ଭାରତୀ ଏୟାରଟେଲ୍‌ର ଅଭିବୃଦ୍ଧିରେ ଶ୍ରୀ ଗୁପ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ରୂପାନ୍ତରୀତ ଅଭିଯାନ ପରିକଳ୍ପନା କରି ତାହାକୁ ସଫଳତାର ସହ କାର୍ଯ୍ୟକାରୀ କରିବାର ବହୁତ ଭଲ ଟ୍ରାକ୍ ରେକର୍ଡ ଶ୍ରୀ ଗୁପ୍ତାଙ୍କ ରହିଛି । ଭାରତୀ ଏୟାରଟେଲ୍‌ରେ ନିଜ କ୍ୟାରିୟର୍‌ରେ ୱାରବଗ୍ ପିନ୍‌କସ୍‌, ଟାମାସେକ୍‌, କେକେଆର, କତାର ଫାଉଣ୍ଡେସନ ଏଣ୍ଡାଓମେଂଟ୍‌, ଏଆଇଏଫ୍‌, ସେକ୍ୟୁଆ କ୍ୟାପିଟାଲ୍ ଭଳି ଅଗ୍ରଣୀ ନିବେଶକଙ୍କ ସହ ସହଯୋଗିତା ସ୍ଥାପନ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଭାରତୀ ଏୟାରଟେଲ୍‌, ଭାରତୀ ଇନଫ୍ରାଟେଲ୍ ଓ ଏୟାରଟେଲ୍ ଆଫ୍ରିକାକୁ ମଧ୍ୟ ସେ ସଫଳତାର ସହ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରିଥିଲେ ।
ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସର ଅଧ୍ୟକ୍ଷ ଅଖିଲ୍ ଗୁପ୍ତା କହିଛନ୍ତି ଯେ, “ଭାରତୀ ଅ।।କ୍ସା ଲାଇଫ୍ ଇନସ୍ୟୁରାନ୍ସର ନେତୃତ୍ୱ ନେଇ ମୁଁ ଗର୍ବିତ । କାରଣ ଆମ ପାଖରେ ଅଭିନବତା ଏବଂ ଆମ ଉପଭୋକ୍ତାଙ୍କ ବୀମା ବିନିଯୋଗ ଏବଂ ସ୍ଥାୟୀ ଅଭିବୃଦ୍ଧିର ଗଭୀର ବୁଝାମଣାର ଉପଯୋଗ କରିବାର ଏକ ବିରାଟ ସୁଯୋଗ ରହିଛି । ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସକୁ ସୁଦୃଢ଼ କରିବା ପାଇଁ ସମର୍ପିତ ଏକ ପ୍ରତିଭାଶାଳୀ ଏବଂ ଉତ୍ସାହୀ ଟିମ୍ ସହିତ ଆମର ଗ୍ରାହକ ଏବଂ ଶିଳ୍ପସଂସ୍ଥାର ପ୍ରତିଷ୍ଠାତାଙ୍କ ବିଶ୍ୱସ୍ତ ଅଂଶୀଦାର ଭାବରେ କାମ କରିବାକୁ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ନିର୍ଦ୍ଦେଶକଙ୍କ ସହ ବୋର୍ଡ ସହ କାମ କରିବାକୁ ମୁଁ ଉତ୍ସାହିତ ।”
ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସ ଏହାର ବୋର୍ଡରେ ଦୁଇ ଜଣ ନୂତନ ନିର୍ଦ୍ଦେଶକ ଶ୍ରୀ ଦୀନେଶ କୁମାର ମିତଲ ଏବଂ ଭି ଭି ରଙ୍ଗନାଥନଙ୍କୁ ନିଯୁକ୍ତ କରିଛି ।ଶ୍ରୀ ମିତଲ ହେଉଛନ୍ତି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ର ପୂର୍ବତନ ଅଧିକାରୀ ଏବଂ ବିଭିନ୍ନ ପଦପଦବୀରେ ଭାରତ ସରକାର ସେବା କରିଛନ୍ତି । ଆର୍ôଥକ ସେବା ବିଭାଗର ସଚିବ ଭାବେ ସେ ବ୍ୟାଙ୍କିଙ୍ଗ୍‌, ବୀମା ଓ ଟିକସ ନୀତି ପାଇଁ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଭାବରେ ଶ୍ରୀ ମିତଲ ଡବ୍ଲୁଟିଓ ବୁଝାମଣା ପାଇଁ ଭାରତର ମୁଖ୍ୟ ଆଲୋଚନାକାରୀ ଥିଲେ । ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବରେ ସେ ଭାରତରେ ପ୍ରଥମ ଥର ପାଇଁ ମାର୍ଚ୍ଚ ୨୦୦୦ରେ ଏସଇଜେଡ ନୀତି ପ୍ରଣୟନ କରିଥିଲେ ।
ଶ୍ରୀ ରଙ୍ଗନାଥନ ଜଣେ ଅଭିଜ୍ଞ ଫାଇନାନ୍ସ ପ୍ରଫେସନାଲ ଏବଂ ତାଙ୍କର ଭାରତ ଏବଂ ଅନ୍ତର୍ଜାତୀୟ ବଜାରରେ ୪୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ଏହା ପୂର୍ବରୁ ସେ ଇୱାଇର ଜଣେ ବରିଷ୍ଠ ପାର୍ଟନର ଥିଲେ ଏବଂ ବିଭିନ୍ନ ବର୍ଷରେ ଗ୍ଲୋବାଲ ଫାର୍ମର ସେବା କରୁଥିଲେ । ଜଣେ ବର୍ତମାନ ନେଦରଲ୍ୟାଣ୍ଡର ହେଗସ୍ଥିତ ଇଂଟରନ୍ୟାସନାଲ କାଉନସିଲ ଫର କମର୍ସିଆଲ ଆର୍ବିଟ୍ରେସନର ଜଣେ ସଦସ୍ୟ ।

Share

Leave a Reply

Your email address will not be published. Required fields are marked *

20 − 17 =