ବନ୍ଧନ ବ୍ୟାଙ୍କ ପକ୍ଷରୁ ଫିକ୍ସଡ୍ ଡିପୋଜିଟ୍ ଉପରେ ସୁଧ ବୃଦ୍ଧି
ଭୁବନେଶ୍ୱର: ଅନ୍ୟତମ ଅଗ୍ରଣୀ ସାର୍ବଜନୀନ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ ଫିକ୍ସଡ୍ ଡିପୋଜିଟ୍ (ମିଆଦୀ ଜମା) ବା ଏଫ୍ଡି ଉପରେ ସୁଧରେ ୦.୫୦ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତର ଖୁଚୁରା ଜମା ଉପରେ ଏହି ସଂଶୋଧିତ ସୁଧ ଲାଗୁ ହେବ ଏବଂ ୨୦୨୩ ଫେବ୍ରୁଆରି ୬ ପରଠାରୁ ତାହା କାର୍ଯ୍ୟକାରୀ ହେବ । ଏହି ଅଫର ସୀମିତ ସମୟ ପାଇଁ । ସୁଧରେ ଏହି ଉର୍ଦ୍ଧମୁଖୀ ବୃଦ୍ଧି ସହ ବ୍ୟାଙ୍କ ଶିଳ୍ପରେ ବନ୍ଧନ ବ୍ୟାଙ୍କ ପକ୍ଷରୁ ଅନ୍ୟତମ ସର୍ବାଧିକ ସୁଧ ହାର ପ୍ରଦାନ କରାଯାଉଛି ।
ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୮.୫ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୮ ପ୍ରତିଶତ ସୁଧ ପ୍ରଦାନ କରାଯିବ । ଏହି ସ୍ୱତନ୍ତ୍ର ଅଫର ୬୦୦ ଦିନିଆ ଅବଧି ପାଇଁ । ତିନି ମାସରେ ଫିକ୍ସଡ୍ ଡିପୋଜିଟ୍ରେ ଦ୍ୱିତୀୟ ଥର ସୁଧ ବୃଦ୍ଧି । ବ୍ୟାଙ୍କ ଶିଳ୍ପରେ ଏହା ହେଉଛି ଅନ୍ୟତମ ସର୍ବାଧିକ ସୁଧ ହାର । ବର୍ଦ୍ଧିତ ସୁଧ ହାର ଆଜିଠାରୁ ଲାଗୁ ହୋଇଛି ।
ମାଚୁରିଟି ସମୟ ଅଣ ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ବରିଷ୍ଠ ନାଗରିକଙ୍କ ପାଇଁ ସୁଧ
୭ ଦିନରୁ ୧୪ ଦିନ ୩.୦୦% ୩.୭୫%
୧୫ ଦିନରୁ ୩୦ ଦିନ ୩.୦୦% ୩.୭୫%
୩୧ ଦିନରୁ ଅଧିକ ଦୁଇ ମାସରୁ କମ୍ ୩.୫୦% ୪.୨୫%
୨ ମାସରୁ ଅଧିକ ତିନି ମାସରୁ କମ୍ ୪.୫୦% ୫.୨୫%
୩ ମାସରୁ ଅଧିକ ୬ ମାସରୁ କମ୍ ୪.୫୦% ୫.୨୫%
୬ ମାସରୁ ଅଧିକ ୧ ବର୍ଷରୁ କମ୍ ୪.୫୦% ୫.୨୫%
୧ ବର୍ଷରୁ ୫୯୯ ଦିନ ୭.୨୫% ୭.୭୫%
୬୦୦ ଦିନିଆ ୮.୦୦% ୮.୫୦%
୬୦୧ ଦିନରୁ ୨ ବର୍ଷରୁ କମ୍ ଦିନ ୭.୨୫% ୭.୭୫%
୨ ବର୍ଷରୁ ତିନି ବର୍ଷରୁ କମ୍ ୭.୨୫% ୭.୭୫%
୩ ବର୍ଷରୁ ୫ ବର୍ଷରୁ କମ୍ ୭.୨୫% ୭.୭୫%
୫ ବର୍ଷରୁ ୧୦ ବର୍ଷରୁ କମ୍ ୫.୮୫% ୬.୬୦%
ବନ୍ଧନ ବ୍ୟାଙ୍କର ଗ୍ରାହକମାନେ ନିଜ ଘରୁ କିମ୍ବା କାର୍ଯ୍ୟାଳୟରେ ଆରାମରେ ରହି ରିଟେଲ୍ ଇଟଂରନେଟ୍ ବ୍ୟାଙ୍କିଙ୍ଗ କିମ୍ବା ଏମ୍ବନ୍ଧନ ମୋବାଇଲ୍ ଆପ୍ ଜରିଆରେ ଏଫ୍ଡି ବୁକିଂ କିମ୍ବା ସେଥିରେ ନିବେଶ କରି ତାହା ସୁବିଧା ଉପଭୋଗ କରିପାରିବେ । ଅନଲାଇନ୍ ପ୍ରକ୍ରିୟା ସହ ଗ୍ରାହକମାନେ ଚିନ୍ତାମୁକ୍ତ ଭାବେ କିଛି ମିନିଟ୍ରେ ଏଫ୍ଡି ବୁକିଂ କରିପାରିବେ ।