Uncategorized

ଅଲ୍ ଟାଇମ୍ ପ୍ଲାଷ୍ଟିକ୍‌ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଅଲ୍ ଟାଇମ୍ ପ୍ଲାଷ୍ଟିିକ୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ନୂଆ ଇକ୍ୱିଟି ସେୟାର ଜାରି କରି ୩୫୦ କୋଟି ଟଙ୍କା ସଂଗ୍ରହ କରିବାକୁ କମ୍ପାନି ଯୋଜନା କରିଥିବା ବେଳେ ଅଫର ଫର୍ ସେଲ୍‌ରେ ୫୨,୫୦,୦୦୦ ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ବିକ୍ରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୧୨୦ କୋଟି ଟଙ୍କାକୁ କମ୍ପାନି ହାସଲ କରିଥିବା ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, ୧୩୩.୭୩ କୋଟି ଟଙ୍କାକୁ ମାନେକପୁରରେ ସ୍ଥାପନ ହେଉଥିବା କାରଖାନା ଲାଗି ଉପକରଣ ଓ ମେସିନ୍ କିଣାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ଯୋଜନା ରଖିଛି।
ଟେକ୍‌ନୋପାକ୍ ରିପୋର୍ଟ ଅନୁସାରେ ରାଜସ୍ୱ ଦୃଷ୍ଟିରୁ ପ୍ଲାଷ୍ଟିକ୍ କଂଜ୍ୟୁମରୱେର୍ ଶିଳ୍ପରେ ଏହା ହେଉଛି ଭାରତର ଦ୍ୱିତୀୟ ବୃହତମ ବି୨ବି କମ୍ପାନି। ଘରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉପକରଣ ସୃଷ୍ଟି କରିବାରେ କମ୍ପାନିର ୧୩ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନିର ପ୍ରେପ୍ ଟାଇମ୍‌, କଂଟେନର, ଅର୍ଗାନାଇଜେସନ, ହ୍ୟାଙ୍ଗର, ମିଲ୍ ଟାଇମ୍‌, କ୍ଲିନିଂ ଟାଇମ୍‌, ବ୍ୟାଥ୍ ଟାଇମ୍ ଓ ଜୁନିଅର ବର୍ଗରେ ୧୬୦୮ ଷ୍ଟକ୍‌-କିପିଂ ୟୁନିଟ୍ ରହିଛି।
କିଛି ବର୍ଷ ମଧ୍ୟରେ କମ୍ପାନି ହ୍ୱାଇଟ୍ ଲାବେଲ୍ ଉତ୍ପାଦନରେ ସ୍ୱତନ୍ତ୍ରତା ହାସଲ କରିଥିବା ବେଳେ ଗ୍ରାହକମାନଙ୍କ ଲାଗି ଉଚ୍ଚ ମାନର ଉତ୍ପାଦ ପ୍ରସ୍ତୁତ କରି ଏହା ନିଜ ବ୍ରାଣ୍ଡ୍ ନାମରେ ବିକ୍ରି କରୁଛି। ଏହା ନିଜର ବ୍ରାଣ୍ଡ୍ “ଅଲ୍‌ଟାଇମ୍‌’ ଅଧୀନରେ ମଧ୍ୟ ଏହାର ଉତ୍ପାଦଗୁଡ଼ିକର ପ୍ରସାର କରୁଛି। ୟୁରୋପୀୟ ସଂଘ, ବ୍ରିଟେନ୍ ଓ ଆମେରିକାରେ ଏହାର ଦୃଢ଼ ବଜାର ଉପସ୍ଥିତି ରହିଛି। କମ୍ପାନି ପକ୍ଷରୁ ଆଇକିଆ, ଟେସ୍‌କୋ, ଆସ୍‌ଡା ଓ ସ୍ପେନ୍‌ସର୍ ଭଳି ରିଟେଲର, ସୁପର ଷ୍ଟକିଷ୍ଟ ଓ ବିତରକଙ୍କ ସହ ସହଯୋଗିତା ସ୍ଥାପନ କରିଛି।
୨୦୨୨ ଆର୍ଥିକ ବର୍ଷରେ ୧୩.୦୭ ପ୍ରତିଶତ ଅଭିବୃଦ୍ଧି ସହ କମ୍ପାନି ୫୧୨.୮୫୩ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି। କମ୍ପାନିର ଇବିଆଇଟିଡିଏ ଏହି ସମୟରେ ୨୯.୫୩ ପ୍ରତିଶତ ବୃଦ୍ଧି ପାଇ ୯୭.୧୦ କୋଟି ଟଙ୍କା ହୋଇଥିବା ବେଳେ ଏହାର ଲାଭ ୩୫.୧୧ ପ୍ରତିଶତ ବୃଦ୍ଧି ପାଇ ୪୪.୭୯ କୋଟି ଟଙ୍କା ହୋଇଛି। ୨୦୨୪ ଏପ୍ରିଲ୍‌ରେ ଏହା କ୍ରିସିଲ୍ ଏ ମାଇନସ/ ଷ୍ଟେବଲ୍ ଋଣ ରେଟିଂ ହାସଲ କରିଥିଲା।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଇଂଟେନ୍‌ସିଭ୍ ଫିସ୍‌କାଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

3 × 4 =