Uncategorized

ଆଦାନୀକନ୍‌ଏକ୍ସ ୧.୪୪ ବିଲିୟନ ଡ଼ଲାରର ସଂଯୁକ୍ତ ଡାଟା କେନ୍ଦ୍ର ନିର୍ମାଣ ପାଇଁ ଆର୍ଥକ ସମର୍ଥନ ହାସଲ

ଭୁବନେଶ୍ୱର: ଆଦାନୀ ଏଣ୍ଟରପ୍ରାଇଜେସ୍ ଏବଂ ଏଜ୍ କନେକ୍ସ ମିଳିତ ସମସହଭାଗିଦାର ( ୫୦:୫୦ ଅନୁପାତ) ଭାବରେ ଗଠିତ କମ୍ପାନୀ ଆଦାନୀକନ୍‌ଏକ୍ସ, ୧.୪୪ ବିଲିୟନ ଡ଼ଲାରରେ ଭାରତର ସର୍ବ ବୃହତ ସ୍ଥିରତା-ସଂଯୁକ୍ତ ଡାଟା କେନ୍ଦ୍ର ନିର୍ମାଣ ପାଇଁ ଆର୍ôଥକ ସମର୍ଥନ ହାସଲ କରିଛି । ଆର୍ôଥକ ସହାୟତାର ୮୭୫ ମିଲିୟନ ଡ଼ଲାରର ପ୍ରାରମ୍ଭିକ ସମର୍ଥନ ସହିତ ୧.୪୪ ବିଲିୟନ ଡ଼ଲାର ପର୍ଯ୍ୟନ୍ତ ସହାୟତା ବୃଦ୍ଧିର ଚୁକ୍ତି ରହିଛି ।ଏହି ନେଣଦେଣ ଆଡାନିକୋନେକ୍ସର ନିର୍ମାଣ ଆର୍ôଥକ ପୁଲକୁ ୧.୬୫ ବିଲିୟନ ଡ଼ଲାରକୁ ବୃଦ୍ଧି ହୋଇଛି, ଜୁନ୍ ୨୦୨୩ ରେ କାର୍ଯ୍ୟକାରୀ ହୋଇଥିବା ୨୧୩ ନିୟୁତ ଡଲାରର ପ୍ରଥମ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇସାରିଛି ।
ଆଗାମୀ ଡାଟା ସେଣ୍ଟର ସୁବିଧାଗୁଡ଼ିକ ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ଅକ୍ଷୟ ଶକ୍ତି ସମାଧାନକୁ ସୁନିଶ୍ଟିତ କରିବ । ବିଶ୍ୱ ସ୍ତରୀୟ ଶକ୍ତି ବ୍ୟବହାର ପ୍ରଭାବଶାଳୀତା (ପିୟୁଇ) ବିତରଣ କରିବା ଏବଂ ଅକ୍ଷୟ ଶକ୍ତି ଉତ୍ସଗୁଡିକ ବ୍ୟବହାର କରିବା ପାଇଁ ଆଦାନିକୋନ୍‌ଏକ୍ସର ପ୍ରତିବଦ୍ଧତାକୁ ଦୃଢ଼ କରିବ ।
ପ୍ରକଳ୍ପଗୁଡ଼ିକର ଅଧିଗ୍ରହଣ ରଣନୀତି ସହିତ ଏକ ସିଣ୍ଡିକେଟ୍ ଗ୍ୟାରେଣ୍ଟି-ସମର୍ôଥତ ନିଶ୍ଚିତତା ପ୍ରୋଗ୍ରାମର ଅଭିନବ ସମାଧାନ କରିବା ଏହାର ମୁଖ୍ୟ ବୈଶିଷ୍ଟ୍ୟ ରହିବ । ଏଥିପାଇଁ ଆଠଟି ଆନ୍ତର୍ଜାତୀୟ ଋଣଦାତା ଗୁଡ଼ିକ ଯଥା- ଆଇଏନଜି ବ୍ୟାଙ୍କ ଏନ.ଭି., ଇନଟେସା ସାନପାଲୋ, କେଏଫଡବ୍ଲ୍ୟୁ ଆଇପେକ୍ସ, ଏମୟୁଏଫଜି ବ୍ୟାଙ୍କ ଲିଃ., ନେକଟିକ୍ସ, ଷ୍ଟାନଡାର୍ଡ ଚାର୍ଟର ବ୍ୟାଙ୍କ, ସୋସିଏଟ୍ ଜେନେରାଲ ଏବଂ ସୁମିଟୋମା ମିଟୁସି ବ୍ୟାଙ୍କିଙ୍ଗ କର୍ପୋରେସନ ସହିତ ନିର୍ଦ୍ଦିଷ୍ଟ ଚୁକ୍ତିନାମା କାର୍ଯ୍ୟକାରି କରିଛି ।
ସ୍ଥାୟୀ ଡିଜିଟାଲ ଭିତ୍ତିଭୂମି ନିର୍ମାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଅର୍ଥନୈତିକ ପ୍ରଗତିକୁ ଇନ୍ଧନ ଦେବ ଏବଂ ଭାରତର ଡିଜିଟାଲ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ, ଏହି ଆର୍ôଥକ ପରିବର୍ତ୍ତନଶୀଳ ଆଭିମୁଖ୍ୟର ମୂଳ ଲକ୍ଷ ରହିଛି ।
ଏଥିନେଇ ଆଦାନିକୋନ୍‌ଏକ୍ସର ସିଇଓ ଜୟକୁମାର ଜନକରାଜ କହିଛନ୍ତି, “ନିର୍ମାଣ ଦିଗରେ ଅର୍ଥ କାରବାର, ଆଦାନିକୋନ୍‌ଏକ୍ସର ପୁଞ୍ଜି ପରିଚାଳନା ଯୋଜନାର ମୂଳ ଯୋଜନା ରହିଛି, ଆମକୁ ଏକ ଡାଟା ସେଣ୍ଟର ପ୍ରତିଷ୍ଠାର ସଫଳ ରୂପାୟନ ହେବ । ଆମେ ଆନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ସହଭାଗୀମାନଙ୍କ ସହ ଏହି ଯାତ୍ରା ଆରମ୍ଭ କରି ଆମେ ଉତ୍ସାହିତ ।”

Share

Leave a Reply

Your email address will not be published. Required fields are marked *

4 × 2 =