ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିକାଗ କେନ୍ଦ୍ର
ଭୁବନେଶ୍ୱର() ଦୁଇ ଦିନ ଧରି ରାଜ୍ୟରେ ଲାଗିରହିଥିବା ଝଡ଼ବର୍ଷା ଆଜି କମିଛି। ଆଜିଠାରୁ ପାଗ ସ୍ୱାଭାବିକହେବା ସହ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ୟ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଖୋର୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ଘନ କୁହୁଡ଼ି ହେବ। ସ୍ଥାନେ ସ୍ଥାନେ ୨୦୦ ମିଟର ପରେ ରାସ୍ତା ଦେଖାଯାଇ ନପାରେ।