ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ
କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଘରକୁ ଫେରୁଥିବାବେଳେ ମାଡି ବସିଲା ଭଜିଲାନ୍ସ ଟିମ୍ । ମିଳିଥିବା ସୂଚନା ମୁତାବକ ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ ନିଜ ବାସଭବନକୁ ଯିବା ସମୟରେ ଭିଜିଲାନ୍ସ ତାଙ୍କ ଗାଡି ଉପରେ ରେଡ କରିଥିଲା । କେନ୍ଦୁଝରରୁ କଟକ ଯାଉଥିବା ସମୟରେ ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ ଟଙ୍କା ସହ କାବୁ କରିଛି ଭିଜିଲାନ୍ସ ।
ପରେ ଭିଜିଲାନ୍ସ ବିଭାଗ ଦ୍ୱାରା ସେ ଅଟକ ରହିଥିବା ଜଣାପଡିଛି । ଯାଜପୁର ଭିଜିଲାନ୍ସ ବିଭାଗ ସହ କଟକ ଭିଜିଲାନ୍ସ ଏସ୍ପି ଅକ୍ଷୟ ମିଶ୍ର ଏହି ଟିମରେ ସାମିଲ ଥିଲେ । ପୂର୍ବ ସୂଚନା ମୁତାବକ ଯାୟଜପୁର ଏନସି କଲେଜ ନିକଟରେ ଯେତେବେଳେ ଜଳ ସମ୍ପଦ ବିଭାଗର ଉକ୍ତ ଅଧିକାରୀ ଜଣଙ୍କ ପହଁଚିଥିଲେ । ସେହି ସମୟରେ ତାଙ୍କ କାର ଅଟକାଇବା ସହ ରେଡ କରିଥିଲେ ଭିଜିଲାନ୍ସ ଟିମ ।