Latestରାଜ୍ୟ

ଦୁଇ ମାସରେ ଆଦାୟ ହୋଇଛି ଦେଢ଼ କୋଟି

ଭୁବନେଶ୍ୱର() ନୂଆ ଟ୍ରାଫିକ ନିୟମ ହେବା ପରେ ସେପ୍ଟେମ୍ବର ୧ରୁ ନଭେମ୍ବର ୧ ମଧ୍ୟରେ ମୋଟ ୧ କୋଟି ୫୩ ଲକ୍ଷ ୩୪ ହଜାର ୭୬୦ କୋଟି ଟଙ୍କା ଆଦାୟ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରୁ ଏହି ଜରିମାନା ଆଦାୟ ହୋଇଥିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ମାତ୍ର 2 ମାସର ସମୟ ଅବଧି ମଧ୍ୟରେ କୋଟିଏରୁ ଅଧିକ ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି । ନୂଆ ମୋଟର ଯାନ ଆଇନ ରାଜ୍ୟରେ ଲାଗୁ ହେବା ପରେ କଠୋର ହୋଇଥିଲା ପରିବହନ ବିଭାଗ । ସେପ୍ଟେମ୍ବର1ରୁ ନଭେମ୍ବର1 ମଧ୍ୟରେ ଲାଇସେନ୍ସ, ବୀମା, ପ୍ରଦୂଷଣ ପ୍ରମାଣପତ୍ର ନଥାଇ ଗାଡି ଚଳାଇବା, ମଦ୍ୟପାନ ଆଦି ବାବଦରେ ଆଦାୟ କରାଯାଇଥିଲା । ଜୋରିମାନା ବାବଦକୁ ଆଦାୟ ହୋଇଥିବା ଏହି ଟଙ୍କାର ପରିମାଣ 1 କୋଟି 5 ଲକ୍ଷ 34 ହଜାର ଟଙ୍କା ବୋଲି ସ୍ପଷ୍ଟ ହୋଇଛି ।

ନୂଆ ମୋଟର ଯାନ ଆଇନ ରାଜ୍ୟରେ ଲାଗୁ ହେବା ପରେ କଠୋର ହୋଇଥିଲା ପରିବହନ ବିଭାଗ । ସେପ୍ଟେମ୍ବର1ରୁ ନଭେମ୍ବର1 ମଧ୍ୟରେ ଲାଇସେନ୍ସ, ବୀମା, ପ୍ରଦୂଷଣ ପ୍ରମାଣପତ୍ର ନଥାଇ ଗାଡି ଚଳାଇବା, ମଦ୍ୟପାନ ଆଦି ବାବଦରେ ଆଦାୟ କରାଯାଇଥିଲା । ଜୋରିମାନା ବାବଦକୁ ଆଦାୟ ହୋଇଥିବା ଏହି ଟଙ୍କାର ପରିମାଣ 1 କୋଟି 5 ଲକ୍ଷ 34 ହଜାର ଟଙ୍କା ବୋଲି ସ୍ପଷ୍ଟ ହୋଇଛି ।

ବିନା ଡ୍ରାଇଭିଂ ଲାଇସେନ୍ସ 5317 ଜଣଙ୍କ ଠାରୁ ଆଦାୟ ହୋଇଛି 46, 00850 ଟଙ୍କା । ଏଥିମଧ୍ୟରେ 2206 ଦୁଇ ଚକିଆ, 495 ଚକିଆ, 1631ଟି 4 ଚକିଆ ଯାନ ରହିଛି। ବିନା ବୀମାରେ 2111 ଜଣ ବ୍ୟକ୍ତିଙ୍କ ଠାରୁ ଆଦାୟ ହୋଇଛି 13,79,700 ଟଙ୍କା । ସେଥିମଧ୍ୟରେ 999 ଦୁଇ ଚକିଆ, 329ଟି 3 ଚକିଆ, 558ଟି 4 ଚକିଆ ଯାନ ରହିଛି। ବିନା ପ୍ରଦୂଷଣ ସାର୍ଟିଫିକେଟରେ 1177 ଜଣଙ୍କଠାରୁ ଆଦାୟ ହୋଇଛି 38,16,110 ଟଙ୍କା । 679 ଦୁଇ ଚକିଆ, 175 ତିନି ଚକିଆ, 287 ଚାରି ଚକିଆ ରହିଛି। 490 ମଦୁଆ ଡ୍ରାଇଭର ଚିହ୍ନଟ ହୋଇଥିଲେ। ସେମାନଙ୍କ ଠାରୁ 7,38,100 ଟଙ୍କା ଆଦାୟ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଏକ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Share

Leave a Reply

Your email address will not be published. Required fields are marked *

12 − 2 =