BusinessPower Sectorରାଜ୍ୟ

ଶ୍ରୀଲଙ୍କାରେ ଆୟୋଜିତ ଆଇସିକ୍ୟୁସିସି ୨୦୨୪ ରେ ୫ଟି ସ୍ବର୍ଣ୍ଣ ପୁରସ୍କାର ଜିତିଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର, ନଭେମ୍ବର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) ଇଣ୍ଟରନ୍ୟାସନାଲ କନଭେନସନ ଅନ୍ କ୍ୱାଲିଟି କଣ୍ଟ୍ରୋଲ ସର୍କଲ, ୨୦୨୪ ରେ ପାଞ୍ଚଟି ସ୍ଵର୍ଣ୍ଣ ପୁରସ୍କାର ହାସଲ କରିଛି। ଶ୍ରୀଲଙ୍କା ଆସୋସିଏସନ୍ ଫର୍ ଆଡଭାନ୍ସମେଣ୍ଟ ଅଫ୍ କ୍ୱାଲିଟି ଆଣ୍ଡ ପ୍ରୋଡକ୍ଟିଭିଟି (ଏସ୍ଏଲ୍ଏଏକ୍ୟୁପି) ଦ୍ଵାରା କଲମ୍ବୋଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଚଳିତ ବର୍ଷର ଥିମ୍ ରହିଥିଲା ” ବିୟଣ୍ଡ ବାଉଣ୍ଡରିଜ୍: ଏ କ୍ୱେଷ୍ଟ ଫର୍ କ୍ୱାଲିଟି, ପ୍ରୋଡକ୍ଟିଭିଟି ଆଣ୍ଡ ଇନୋଭେସନ୍”। ଏଥିରେ ୧୪ ଦେଶରୁ ୧୦୮୩ ଟିମ୍ ଯୋଗ ଦେଇଥିଲେ ଏବଂ ଗୁଣବତ୍ତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମସ୍ତେ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ। ଅଭିନବ ସମାଧାନ ଏବଂ ଗୁଣବତ୍ତାରେ ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ପାଇଁ ଟିପିଏସ୍ଓଡିଏଲ୍ ଟିମ୍ ପୁରସ୍କୃତ ହୋଇଛି।

ଏହି ସଫଳତା ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଆଇସିକ୍ୟୁସିସି ୨୦୨୪ ରେ ଉତ୍ତମ ପ୍ରଦର୍ଶନ କରିଥିବା ସମସ୍ତ ଟିମକୁ ମୁଁ ଶୁଭେଛା ଜଣାଉଛି। ଏହି ପୁରସ୍କାର ଆମର କର୍ମଚାରୀମାନଙ୍କ ଦଳଗତ ପ୍ରୟାସ ଏବଂ ନିଷ୍ଠାପର ସେବାକୁ ପ୍ରମାଣିତ କରୁଛି। ଟିପିଏସ୍ଓଡିଏଲରେ ଆମେ କର୍ମଚାରୀ ନିୟୋଜନ ଦ୍ଵାରା ଗ୍ରାହକ-କୈନ୍ଦ୍ରିକ ସେବା ଯୋଗାଇବା ସହ ଗୁଣବତ୍ତା ଉତ୍କର୍ଷତା ହାସଲ କରିବା ଦିଗରେ ପ୍ରତିବଦ୍ଧ ରହିଛୁ।”

ଏହି ପୁରସ୍କାର ନିରନ୍ତର ଉନ୍ନତି ସହ ଅଭିନବତାକୁ ପ୍ରୋତ୍ସାହନ କରିବା ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଏ, ଯାହା ଗୁଣବତ୍ତା ଏବଂ ଉତ୍ପାଦକତା କ୍ଷେତ୍ରରେ ବୈଶ୍ୱିକ ମାନଦଣ୍ଡକୁ ପୂରଣ କରୁଛି। ଅନ୍ତର୍ଜାତୀୟ ସ୍ତରରେ ଏହି ସମ୍ମାନ  ଭରସାଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କୈନ୍ଦ୍ରିକ ସେବା କ୍ଷେତ୍ରରେ କମ୍ପାନୀର ଭିଜନକୁ ସୁଦୃଢ଼ କରିବାରେ ସହାୟକ ହେବ।

ବିଦ୍ୟୁତ ବିତରଣ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଆପଣାଇବା ସହ ପ୍ରତିଭାକୁ ପ୍ରୋତ୍ସାହନ କରିବା କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହି ଆସିଛି।

Share

Leave a Reply

Your email address will not be published. Required fields are marked *

fifteen + two =