ରାଜଧାନୀରେ ଟମାଟୋ କିଲୋ ୮୦ ଟଙ୍କା
ଭୁବନେଶ୍ୱର: କାର୍ତ୍ତିକ ମାସ ଆରମ୍ଭରୁ ପରିବାର ଦର ଆକାଶ ଛୁଅାଁ ହୋଇଛି । ଟମାଟୋ କିଲୋ ପ୍ରତି ଏବେ ୮୦ ଟଙ୍କା ଉପରେ ରହିଛି । ରାଜଧାନୀର ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୮୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ସୂଚନାନୁସାରେ, ଦେଶରେ ଦୀର୍ଘ ଦିନର ମୌସୁମୀ ବର୍ଷା ଯୋଗୁଁ ଟମାଟୋ ଫସଲ ନଷ୍ଟ ହୋଇଯାଇଥିଲା ଯାହା ଫଳରେ ସ୍ଥାନୀୟ ବଜାରକୁ ସ୍ୱଳ୍ପ ଯୋଗାଣ ହୋଇଥିଲା। ପ୍ରାୟ ୧୦ରୁ ୧୫ ଟ୍ରକ୍ ଯୋଗାଣ ବଦଳରେ ପ୍ରତିଦିନ ପ୍ରାୟ ୫ ଟ୍ରକ୍ ଟମାଟୋ ସହରକୁ ଆସୁଛି। ଅଧିକ ଚାହିଦା ଏବଂ ସ୍ୱଳ୍ପ ଯୋଗାଣ ଯୋଗୁ ଏହାର ମୂଲ୍ୟରେ ବୃଦ୍ଧି ଘଟିଥିବା ଜଣାପଡ଼ିଛି।