ସିବିଆଇ ବିଜେପିର କଣ୍ଡେଇ, ରେଡ ସବୁ ଲୋକ ଦେଖାଣିଆ
ଭୁବନେଶ୍ୱର() ସିବିଆଇ ହେଉଛି ବିଜେପିର କଣ୍ଡେଇ । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଗତକାଲି ଚଢଉ ପରେ ଏଭଳି କହିଛନ୍ତି କଂଗ୍ରେସ ବିଧୟକ ତାରାପ୍ରସାଦ ବାହିନୀପତି ।
ଏହାଛଡ଼ା ସେ କହିଛନ୍ତି ଯେ, ଦୀର୍ଘ ୭ ବର୍ଷ ସିବିଆଇ କେଉଁଠି ଥିଲା । ସିବିଆଇ ବିଜେପିର କଣ୍ଡେଇ । ରେଡ ସବୁ ଲୋକ ଦେଖାଣିଆ । ବିଜେପି ଓ ବିଜେଡି ଗୋଟିଏ । ନିର୍ବାଚନବେଳେ ଅଲଗା ଦେଖେଇ ହୁଅନ୍ତି । ଏବେ କେବଳ ଚିଟଫଣ୍ଡ ଉପରେ ରାଜନୀତି ହେଉଛି । କିଛି ଫାଇଦା ନାହିଁ ବୋଲି ତାରା କହିଛନ୍ତି ।
ଗତକାଲି ସିବିଆଇ ରେଡ ନେଇ ତାରା କହିଥିଲେ ଯେ, ନିର୍ବାଚନ ପାଇଁ ସିବିଆଇ ଏହି ରେଡ କରିଛି । ଆଗକୁ ହେବାକୁ ଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପରିପ୍ରେକ୍ଷୀରେ ସିବିଆଇ ଏଭଳି ରେଡ କରିଛି । ଆଗରୁ ସିବିଆଇ କୁଆଡେ଼ ଯାଇଥିଲା ବୋଲି ତାରା ପ୍ରଶ୍ନ କରିଥିଲେ । ବିଜେପିର ଅନୁମତି ନେଇ ସିବିଆଇ ଏଭଳି ଡ୍ରାମା କରୁଛି । ଏଥିରେ କିଛି ଲାଭ ହେବା ନାହିଁ ବୋଲି ତାରା ବାହିନୀପତି କହିଥିଲେ ।