ଭୁବନେଶ୍ୱର: ସାଇକେଲ ପ୍ରେମୀଙ୍କ ଲାଗି ଦିନଟିଏ । ଆଜି ହେଉଛି ଜୁନ ମାସ ୩ ତାରିଖ। ଏହାକୁ ୱାର୍ଲଡ଼ ସାଇକେଲ ଡେ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷଣ ମଧ୍ୟ ହୋଇ ନଥାଏ। ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ ନେଇ ଏହି ଦିବସର ପରିକଳ୍ପନା ।