ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହେଲେ ୮୬ ବର୍ଷିୟା ମହିଳା
ଭୁବନେଶ୍ୱର() ଜଣେ ୮୬ ବର୍ଷିୟା ମହିଳା କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ଥରେ ଭୟର ବାତାବରଣ ଭିତରେ ଆଶ। ସଂଚାର କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାସ ।
କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ ସମ୍ କୋଭିଡ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ । ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ତାଙ୍କର ଡାଇବେଟିସ୍, ବ୍ଲଡପ୍ରେସର୍, ଶ୍ୱାସ ଓ ଗ୍ୟାସ୍ଜନିତ ସମସ୍ୟା ମଧ୍ୟ ରହିଥିଲା । ଏପରିକି ତାଙ୍କ ବାମ ଗୋଡଟି ଭାଙ୍ଗି ଥିବାରୁ ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ । ଏଭଳି ଅବସ୍ଥାରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ହସ୍ପିଟାଲ୍ରେ ଭର୍ତି ହୋଇଥିବା ସତ୍ୟଭାମାଙ୍କର ଅତି ଯତ୍ନ ଓ ନିଷ୍ଠାର ସହ ଚିକିତ୍ସା ଓ ସେବା କରିଥିଲେ ହସ୍ପିଟାଲ୍ର ଡାକ୍ତର ଓ ନର୍ସମାନେ ।
କରୋନାକୁ ପରାସ୍ତ କରି ଏହି ଶଯ୍ୟାଶାୟୀ ମହିଳା ଜଣକ ଶୁକ୍ରବାର ଘରକୁ ଫେରିଛନ୍ତି । ହସ୍ପିଟାଲ୍ର ଡାକ୍ତର ଓ ନର୍ସ ମାନେ ତାଙ୍କର ଯେଉଁଭଳି ଭାବେ ଚିକିତ୍ସା କଲେ ଓ ଯତ୍ନ ନେଲେ ସେଥିପାଇଁ ସେ କୃତଜ୍ଞ ବୋଲି କହିଛନ୍ତି । ତାଙ୍କ ପୁଅ ସଞ୍ଜିବ କୁମାର ଦାସ ମଧ୍ୟ ସମ୍ କୋଭିଡ ଟିମ୍କୁ ତାଙ୍କ ମାଆଙ୍କର ଉତମ ଚିକିତ୍ସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
ସମ୍ କୋଭିଡ ହସ୍ପିଟାଲ୍ରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଭର୍ତି ହୋଇଥବା ବରିଷ୍ଠ ନାଗରିକମାନେ ସୁସ୍ଥ ହୋଇ ଘରକୁ ଫେରୁଥିିବାର ଅନେକ ନଜିର ଦେଖିବାକୁ ମିଳୁଛି।