Latestରାଜ୍ୟ

ବଦଳିଲେ ସ୍ବତନ୍ତ୍ର ରିଲିଫ କମିଶନ, ସଂଜୀବ ଚୋପ୍ରା ହେଲେ ଗୃହ ସଚିବ

ଭୁବନେଶ୍ବର () ବଦଳିରେ ସ୍ବତନ୍ତ୍ର ରିଲିଫ କମିଶନର । ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯିବା ସହ ତାଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ଓ ଓସଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିଭଳି ଗ୍ରାମ୍ୟ ଉନ୍ନୟନ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ସେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ । କୃଷି ସମ୍ପଦ ସଚିବ ସୌରଭ ଗର୍ଗଙ୍କୁ ଗ୍ରିଡକୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଗ୍ରିଡକୋର ସିଏମଡି ଏବଂ ଶକ୍ତି ବିଭାଗର ସଚି ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ହେମନ୍ତ ଶର୍ମାଙ୍କୁ ଶିଳ୍ପ ଓ ଏମଏସଏମଇ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ବାଣିଜ୍ୟକର କମିଶନର ତଥା ଏସଆରସି ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର ସଚିବ ଭାବେ ବଦଳି କରାଯାଇଛି । ଯୋଜନା ଓ ସଂଯୋଜନା ବିଭାଗର ସ୍ବତନ୍ତ୍ର ସଚିବ ଚିତ୍ରା ଅରୁଙ୍ଗମଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି । ଜଳ ସଂପଦ ବିଭାଗର ସ୍ବତନ୍ତ୍ର ସଚିବ ବିଶାଲ ଗଗନଙ୍କୁ ଜଳସମ୍ପଦ ବିଭାଗର ସଚି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

1 + 7 =