ସମୃଦ୍ଧି ଉତ୍ସବ – ଓଡ଼ିଶା ର ହସ୍ତଶିଳ୍ପୀ କାରିଗର ଙ୍କ ସାମଗ୍ରିକ ବିକାଶ କର୍ମଶାଳା ଉଦଯାପିତ ..
ଭୁବନେଶ୍ୱର : ଓଡ଼ିଶା ହସ୍ତଶିଳ୍ପର ଭୂମି ଓ ସାଂସ୍କୃତିକ ଐତିହ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ I ଓଡ଼ିଶାରେ ପ୍ରାୟ ଏକ ଲକ୍ଷ ଷାଠିଏ ହଜାର କାରିଗର ବିଭିନ୍ନ ହସ୍ତଶିଳ୍ପ କାର୍ଯ୍ୟକ୍ରମରେ ଜଡିତ ଅଛନ୍ତି। ଓଡ଼ିଶାର କଳା ଏବଂ ହସ୍ତଶିଳ୍ପ ପରମ୍ପରା ଦକ୍ଷ କାରିଗରମାନଙ୍କ ପାଇଁ ହିଁ ବଞ୍ଚି ରହିଛି I ସେମାନଙ୍କ ମଧ୍ୟରୁ ଅନେକ ପରିବାର ପିଢ଼ି ପରେ ପିଢ଼ି ଏହି କାରିଗରୀ କାମ କରି ଜୀବିକା ନିର୍ବାହ କରିଥାନ୍ତି। ଚିତ୍ରକଳା, ଖୋଦନ, ବୟନ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସମ୍ବଳ ଆଧାରିତ ଏହି ବିବିଧ ହସ୍ତଶିଳ୍ପ ଆମ ସାଂସ୍କୃତିକ ଐତିହ୍ୟ ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବାରେ ମୁଖ୍ୟ ଭୂମିକା ନେଇଥାଏ I ଏହି କାରିଗର ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ର ସମସ୍ତ ଅନୁଷ୍ଠାନ ମିଳିତ ପ୍ରୟାସ କରିବା ପାଇଁ ସମୃଦ୍ଧି ଉତ୍ସବ ରେ ଅତିଥି ମାନେ ଗୁରୁତ୍ଵ ଆରୋପ କରିଛନ୍ତି।
ଟି.ପି.ସି.ଓ.ଡି ଏଲ ସହାୟତା ରେ ମହାଶକ୍ତି ଫାଉଣ୍ଡେସନ ଦ୍ବାରା ଶିଳ୍ପୀ ବିହାର, ଗନ୍ଦମୁଣ୍ଡା ସ୍ଥିତ କଳା ଭୂମି ରେ ଅନୁଷ୍ଠିତ “ସମୃଦ୍ଧି ଉତ୍ସବ” ରେ ଶ୍ରୀ ପ୍ରଦୀପ ଘୋସାଲ, ସି. ଏସ. ଆର. ମୁଖ୍ୟ, ଟି. ପି. ସି. ଓ. ଡ଼ି. ଏଲ, ଶ୍ରୀ ଦୁୟନ୍ତ ତ୍ୟାଗୀ , ବାଣିଜ୍ୟିକ ମୁଖ୍ୟ, ତିପିସିଓଡିଲ୍, ଶ୍ରୀ ନରେନ୍ଦ୍ର ନାଥ ଝା, ଆଞ୍ଚଳିକ ପରିଚାଳକ, ଟ୍ରାଇଫେଡ, ପ୍ରଫେସର ଦେବାଶିଷ ମହାପାତ୍ର, ସଭାପତି, ମହାଶକ୍ତି ଫାଉଂଡେସନ, ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଉପସଭାପତି, ଉତ୍କଳିକା, ଶ୍ରୀ ହିମାଂଶୁ ପଟ୍ଟନାୟକ, ବାଣିଜ୍ୟ ପରିଚାଳକ, ଓରମାସ, ଶ୍ରୀ ଅମ୍ବିକା ପ୍ରସାଦ ନନ୍ଦ, ସି. ଏସ. ଆର. ମୁଖ୍ୟ, ଓଡିଶା, ଟାଟା ଷ୍ଟିଲ ଫାଉଣ୍ଡେସନ, , ଯୁଗଳ କିଶୋର ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶକ, ମୋହନ ବଳିୟାରସିଂ, ନିର୍ଦେଶକ ମହାଶକ୍ତି ଫାଉଣ୍ଡେସନ , ଗଗନ ମହାପାତ୍ର, ନିର୍ଦେଶକ ଉତ୍କଳିକା, ଶ୍ରୀ ନରେନ୍ଦ୍ର ନାୟକ, ସିଇଓ ଓସାଫି, ଅନିତା ସାବତ, ନିର୍ଦେଶକ, ସାବତ ଏକ୍ସପୋର୍ଟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହସ୍ତ ଶିଳ୍ପୀ କାରିଗର ଙ୍କ ବିଭିନ୍ନ ସମସ୍ୟା ଓ ସୁଯୋଗ ବିଷୟରେ ଆଲୋଚନା କରିଥିଲେ।
ଏହି ସମୃଦ୍ଧି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାର କାକରୁଦ୍ରପୁର ଓ ବନମାଳୀପୁର, ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା, କଳାହାଣ୍ଡି ଜିଲ୍ଲା ର ଲାଞ୍ଜିଗଡ, କଟକ ଜିଲ୍ଲା ର ମାଣିଆବନ୍ଧ ଏବଂ ଖୋର୍ଦ୍ଧା ଜିଲ୍ଲା ର ତାଳପତ୍ର, ପଟ୍ଟଚିତ୍ର, ଶାଢ଼ୀ, ଆପ୍ଲିକ୍ ଏବଂ ଡୋକ୍ରା ଇତ୍ୟାଦି ହସ୍ତକଳା ରୁ ୨୦୦ ରୁ ଅଧିକ ହସ୍ତଶିଳ୍ପୀ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ରେ ବିଭିନ୍ନ ହସ୍ତକଳା ର ୧୦ ଗୋଟି ଷ୍ଟଲ୍ ପ୍ରଦର୍ଶିତ ହୋଇଥିଲା । ଅନୁଷ୍ଠାନ ତରଫରୁ ପ୍ରକାଶିତ ସମୃଦ୍ଧି କେଟେଲଗ ଓ କଳା ପତ୍ରିକା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।
ଉତ୍ସବ ର ଦିତ୍ୱୀୟ ଅଧିବେଶନ ରେ ହସ୍ତଶିଳ୍ପ କାରିଗର ମାନଙ୍କ ସମସ୍ୟା, ଆହ୍ୱାନ ଓ ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଅପରାହ୍ନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଟିପିସିଓଡିଲ୍ ତରଫରୁ ଶ୍ରୀମତୀ ରଶ୍ମି ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ଶୁଭମ୍ ପୁରୋହିତ, ଶ୍ରୀ ସୁରଜିତ ପଟ୍ଟନାୟକ, ଅଦ୍ୟାସୃତି ନାୟକ, ରିତୁପର୍ଣ୍ଣା ରଥ, ସାଇନି ଖୁଣ୍ଟିଆ ପ୍ରମୁଖ ସହଯୋଗ କରିଥିଲେ ।