ବହିଷ୍କୃତ କୁବେର କନେଷ୍ଟବଳଙ୍କ ଆୟଠାରୁ ୨୨୧ ଗୁଣା ଅଧିକ ସଂପତ୍ତି
ଭୁବନେଶ୍ୱର: ଚାକିରି ଥିଲା କନଷ୍ଟେବଳ, ଧନ ଥିଲା ଅମାପ । ପୁଳା ପୁଳା ସୁନା, ଅସରନ୍ତି ସମ୍ପତ୍ତି । ଗିରଫ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ସମ୍ପତ୍ତିର ଆକଳନ କରି ହାଲିଆ ଅଧିକାରୀ । ପ୍ରାୟ ୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ତାଲିକା ଦେଇଛି ଭିଜିଲାନ୍ସ । ୬କୋଟି ୯୭ ଲକ୍ଷ ୧୫ ହଜାର ୫୭ ଟଙ୍କାର ହିସାବ ପାଇଛି ଭିଜିଲାନ୍ସ ଟିମ୍ ।
ମିଳିଥିବା ସୂଚନା ମୁତାବକ ପ୍ରସନ୍ନଙ୍କ ସମୁଦାୟ ସମ୍ପତ୍ତିରୁ ୨୨୧ ପ୍ରତିଶତ ଅଛି ଆୟ ବହିର୍ଭୂତ ସମ୍ପତ୍ତି । ପ୍ରସନ୍ନ ଓ ତାଙ୍କ ପରିବାର ନାଁରେ ମାମଲା ରୁଜୁ କରାଯାଇଛି । ଗତ ୨୮ ତାରିଖରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଭୁବନେଶ୍ବର କଳ୍ପନା ଛକରେ ଥିବା ସରକାରୀ ବାସଭବନ, ଡୁମଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କସପ୍, ପାତ୍ରପଡ଼ାରେ ଥିବା ସାଉଥ ସିଟି ବାର୍, ଖୋର୍ଦ୍ଧା ନୂଆପଡ଼ାରେ ଥିବା ପୈତୃକ ଘରେ ଚଢ଼ାଉ କରାଯାଇଥିଲା ।
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମୃତ୍ୟୁ ମାମଲାରେ ହୋଟେଲ ସାଉଥସିଟିର ଲିଙ୍କ ରହିଥିଲା । କୋଭିଡ ନିୟମ ଉଲ୍ଲଂଘନ କରି ରାତି ଅଧରେ ରାତି ରଙ୍ଗୀନ ହେଉଥିଲା । ଏବଂ ଏହି ହୋଟେଲ ଗିରଫ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଭାଇ ନାଁରେ ରହିଥିଲା । ପରବର୍ତ୍ତୀ ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ପାଇଲା ପରି ଜଣାପଡ଼ିଥିଲା ପ୍ରସନ୍ନଙ୍କ କାରନାମା । ଅମାପ ସମ୍ପତ୍ତି ନେଇ ସୁରାକ ପାଇଥିଲା ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୫ଟି ଟିମ୍ ସାମିଲ ଥିବାବେଳେ, ୨ ଜଣ ଡିଏସପି, ୬ ଇନସ୍ପେକ୍ଟର ଟିମରେ ରହିଥିଲେ ।