ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ପଖାଳ ଭାତ
ଭୁବନେଶ୍ୱର() ଖାଣ୍ଟି ଓଡ଼ିଆ ଖାଦ୍ୟକୁ ପସନ୍ଦ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଓଡ଼ିଆଙ୍କ ପ୍ରାଣ ପଖାଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ । ଏ କଥା ଖୋଦ ସେ ନିଜେ କହିଛନ୍ତି । ଦୁରଦର୍ଶନରେ ପ୍ରସାରିତ ହେବାକୁ ଥିବା ଏକ କାର୍ୟ୍ୟକ୍ରମକୁ ଦେଇଥିବା ବିଶେଷ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପଖାଳ ମୋର ପ୍ରିୟ ଖାଦ୍ୟ ।
ସମଗ୍ର ବିଶ୍ୱରେ ଓଡ଼ିଆ ଖାଦ୍ୟପେୟର ପରିଚୟ ସ୍ୱତନ୍ତ୍ର। ଏହାର ଲୋକପ୍ରିୟତାକୁ ଆହୁରି ସୁଦୂରପ୍ରସାରୀ କରିବା ପାଇଁ @odisha_tourism ଓ ଓଟିଡିସି ପକ୍ଷରୁ ପ୍ରସ୍ତୁତ 'ଆମ ଘର ଆମ ହାଣ୍ଡିଶାଳ' କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଶନିବାର ଓ ରବିବାର ଦିନ ୧.୩୦ରେ @DDOdiaNews ରେ ପ୍ରସାରିତ ହେବାକୁ ଯାଉଛି। #AmaGharaAmaHandishala pic.twitter.com/GuKog166TM
— CMO Odisha (@CMO_Odisha) August 14, 2020
ଓଡ଼ିଆ ଖାଦ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବା ସହ ପ୍ରଚାର, ପ୍ରସାର ପାଇଁ ଓଟିଡିସି ଅଣ୍ଟା ଭିଡିଛି । ଆମ ଘର ଆମ ହାଣ୍ଡିଶାଳ ନାମରେ ଚାଲିଥିବା ରୋଷେଇ ପ୍ରତିଯୋଗିତା ଆସନ୍ତାକାଲି ଦୂରଦର୍ଶନରେ ପ୍ରସାରିତ ହେବ । ଏହି କାର୍ୟ୍ୟକ୍ରମରେ ଓଡ଼ିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନର କଥା କହିଛନ୍ତି । ଓଡ଼ିଆଙ୍କ ଖାଦ୍ୟ ରୁଚି ସମ୍ପର୍କରେ ସୂଚନା ଦେବା ସହ ପଖାଳ ତାଙ୍କ ପସନ୍ଦର ଖାଦ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ଛପନ ଭୋଗୀ । ଓଡ଼ିଆ ପର୍ବପର୍ବାଣୀ, ପିଠାପଣା ଓ ଖାଦ୍ୟ ଋଚି ପ୍ରତି ମୋର ବିଶେଷ ଆଗ୍ରହ ରହିଛି । ଓଡ଼ିଶା ବାହାରୁ ମୋ ଘରକୁ ଆସୁଥିବା ଅତିଥିମାନଙ୍କୁ ମୁଁ କେବଳ ଓଡ଼ିଆ ଖାଦ୍ୟ ପରଷିଥାଏ । ଓଡ଼ିଆ ଖାଦ୍ୟର ସ୍ୱତନ୍ତ୍ର ପରିଚୟ ରହିଛି । ବିଶେଷ କରି ପଖାଳ ମୋର ପସନ୍ଦ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।