ନଭେମ୍ବର ୨୧ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ
ଭୁବନେଶ୍ବର () ଆସନ୍ତା ନଭେମ୍ବର ୨୧ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ତ୍ରୁଟି ସଂପର୍କରେ ଅନୁଧ୍ୟାନ କରି ଏହାର ସମାଧାନ କରିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ମନ୍ତ୍ରୀ ସ୍ୱୀକାର କରିବା ସହ ରିଚେକିଂ ପାଇଁ ଛାତ୍ରଛାତ୍ରୀ ଦେଇଥିବା ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି।
କିଛି ଦିନ ତଳେ ଓଟିଇଟି ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରି ଅଭିଯୋଗକୁ ବୋର୍ଡ ଓ ବିଭାଗୀୟ ମନ୍ତ୍ରୀ ଅସ୍ୱୀକାର କରିଥିଲେ।