୧୫ ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ
ଭୁବନେଶ୍ୱର() ଗତକାଲି ପ୍ରକାଶ ପାଇଥିବା +୨ ବିଜ୍ଞାନ ଫଳାଫଳରେ ଶୂନ ରେଜଲ୍ଟ ପାଇଁ ୧୫ଟି ଶିକ୍ଷାନୁଷ୍ଠାନକୁ ନୋଟିସ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ ଜାରି କରାଯାଇଛି । ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଧ ନହେବ ଏବଂ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଧ ନହେବ ସେ ନେଇ ୧୫ଟି ଶିକ୍ଷାନୁଷ୍ଠାନକୁ ନୋଟିସ କରାଯାଇଛି । ଆସନ୍ତା ୭ ଦିନ ଭିତରେ ନୋଟିସର ଜବାବ ଦେବାକୁ ବିଭାଗୀୟ ନିଦେ୍ର୍ଧଶକ ନିଦେ୍ର୍ଧଶ ଦେଇଛନ୍ତି । ଗତକାଲି ଫଳାଫଳ ପ୍ରକାଶ ପାଇବା ପରେ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଫଳାଫଳ ଶୂନ ବୋଲି ଜଣାପଡ଼ିଥିଲା । ଏହି ସ୍କୁଲଗୁଡ଼ିକର ଜଣେ ବି ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ଥିଲେ । ତେବେ ଏନେଇ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ସ୍କୁଲକୁ ସୋ-କଜ ନୋଟିସ ମଗାଯିବ ବୋଲି ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ।