ଏଣିକି ବାଇକ ପଛରେ ବସିଥିବା ଲୋକ ହେଲେମେଟ ପିନ୍ଧିବା ଜରୁରୀ
ଭୁବନେଶ୍ୱର() ପ୍ରଥମେ ବାଇକ ଚାଳକ ହେଲମେଟ ନପିନ୍ଧିଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି କୁହାଯାଇଥିଲା । ତେବେ ଏବେ ଆଉ ଏକ ବଡ଼ ଖବର ସାମାନାକୁ ଆସିଛି । ତାହା ହେଲା ଏଣିକି ବାଇକ ପଛରେ ବସିଥିବା ଲୋକ ବି ହେଲେମେଟ ପିନ୍ଧିବା ଜରୁରୀ । କାରଣ ପଛରେ ବସିଥିବା ଲୋକ ହେଲମେଟ ନପିନ୍ଧିଲେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ଉଭୟ ଚାଳକ ଓ ପଛରେ ପସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଜରୁରୀ । ଉଭୟଙ୍କ ହେଲେମେଟ ନଥିଲେ ଲାଇସେନ୍ସ ସସପେଣ୍ଡ ହେବ ବୋଲି ଏସଟିଏ ପକ୍ଷରୁ କୁହାଯାଇଛି ।