ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ମହାତ୍ମା ଗାନ୍ଧୀ
ଭୁବନେଶ୍ୱର() ଜାତିର ପିତା ମହାତ୍ମା ଗାନ୍ଧି ଓ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଜାତିର ପିତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଜଳି ଜ୍ଞାପନ କରିଛନ୍ତି । ବାପୁଙ୍କ ଫଟୋରେ ନବୀନ ପୁଷ୍ପମାଲ୍ୟ ଦେଇ ତାଙ୍କର ବଳିଷ୍ଠ ଅବଦାନକୁ ସ୍ମରଣ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ତଥା ସତ୍ୟ ଓ ଅହିଂସାର ପ୍ରତୀକ ହେଉଛନ୍ତି ମହାତ୍ମା ଗାନ୍ଧୀ ।ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ଲୋକଙ୍କ କଲ୍ୟାଣରେ ତାଙ୍କ ପ୍ରଦର୍ଶିତ ମାର୍ଗ ସର୍ବଦା ସହାୟକ ।
ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ତଥା ସତ୍ୟ ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ଲୋକଙ୍କ କଲ୍ୟାଣରେ ତାଙ୍କ ପ୍ରଦର୍ଶିତ ମାର୍ଗ ସର୍ବଦା ସହାୟକ ହେବ ବୋଲି ସେ କହିଛନ୍ତି। #MahatmaGandhi pic.twitter.com/X4V6BUI8JS
— CMO Odisha (@CMO_Odisha) October 2, 2020
ସେପଟେ ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।