ସ୍ୱାସ୍ଥ୍ୟ କର୍ମୀଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା
ଭୁବନେଶ୍ୱର() ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୨ ହଜାର ୭୯୫ କରୋନା ଟେଷ୍ଟ ହୋଇଛି ।ଏଥିପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଟୁଇଟରେ କୁହାଯାଇଛି, ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାମାନେ ଟେଷ୍ଟ , ଟ୍ରେସ, ଓ ଟ୍ରାକକୁ ଗୁରୁତ୍ୱ ଦେଇ ନିରନ୍ତର ଭାବେ କାର୍ୟ୍ୟ କରୁଥିବାରୁ ଜୀବନ ବଂଚୁଛି ।
Odisha has today crossed a major milestone in its fight against #COVID19 – the 50,000 tests/day mark. Commend the relentless efforts of health professionals & #CovidWarriors who dedicated themselves towards the goals of ‘test, trace, track’ to help save lives. #OdishaFightsCorona pic.twitter.com/J3hkBYL6MW
— CMO Odisha (@CMO_Odisha) August 16, 2020
ତେବେ ଏହି ୫୨ ହଜାର ୭୯୫ କରୋନା ଟେଷ୍ଟ ଆରଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ପରୀକ୍ଷା କରାଯାଇଛି । ତନ୍ମଧ୍ୟରୁ ଆରଟିପିସିଆରରେ ୧୦,୨୪୦, ଆଣ୍ଟିଜେନ ୪୨,୪୧୪ ଓ ଟ୍ରୁନଟ ମାଧ୍ୟମରେ ୧୪୧ଟି ଟେଷ୍ଟ କରାଯାଇଛି । ଏନେଇ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।