MSME ସେକ୍ଟରକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି
ଭୁବନେଶ୍ୱର() ଜୀବିକା ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏମଏସଏମଇ ସେକ୍ଟର ଓ ଶିଳ୍ପ । ତେଣୁ ଏମଏସଏମଇ ସେକ୍ଟରକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ହୋଇଛି । କୋଭିଡ ପରିସ୍ଥିତିରେ ଜୀବନ ଜୀବିକାକୁ ନେଇ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଜୀବନକୁ ଯଥେଷ୍ଟ ପ୍ରାଧାନ୍ୟ ଦେଇ କୋଭିଡର ମୁକାବିଲା କରୁଛୁ । ଜୀବିକା ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏମଏସଏମଇ ସେକ୍ଟର ଓ ଶିଳ୍ପ । ତେଣୁ ଏମଏସଏମଇ ସେକ୍ଟରକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ହୋଇଛି । ଗ୍ରାମାଞ୍ଚଳର ଅର୍ଥନୀତିକୁ ଅଧିକ ତ୍ୱରାନ୍ୱିତ କରାଯିବାକୁ ପ୍ରଚେଷ୍ଟା ଚାଲିଛି । ମନରେଗା ଓ କୃଷିକ୍ଷେତ୍ର ଭଳି ପରମ୍ପରାଗତ ବୃତ୍ତିକୁ ପ୍ରୋତ୍ସାହାନ ପାଇଁ ନିଷ୍ପତ୍ତି ହୋଇଛି । କରୋନ ଲକଡାଉନ ପରେ ପ୍ରବାସରୁ ଫେରିଥିବା ଯେଉଁମାନେ ହାଇସ୍କିଲ ସେମାନେ ପୁଣି ଫେରିଯାଉଛନ୍ତି । ଯେଉଁମାନେ ରହିବେ ସେମାନଙ୍କ ନିଯୁକ୍ତି ପାଇଁ ପ୍ରୟାସ କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।