ରାଜ୍ୟ

ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ

ବ୍ରହ୍ମପୁର : ସେ ଝିଅ ହେଉ ଅବା ପୁଅ ବର୍ତ୍ତମାନ ସମସ୍ତେ ସମାନ । ଆଇନ ମଧ୍ୟ ଝିଅଙ୍କୁ ସମାନ ଅଧିକାର ଦେଇଛି । ତେବେ ଏହି ଝିଅ ମାନଙ୍କର ସଂଖ୍ୟାକୁ ଆହୁରି ବୃଦ୍ଧି କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି“ମୋ ଗେହ୍ଳା ଝିଅ” ଅଭିଯାନ । ଏହି ଅଭିଯାନକୁ ଆଜି ଆନୁଷ୍ଠାନିକ ଭାବେ ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଶୁଭାରମ୍ଭ କରିଛନ୍ତି ବ୍ରହ୍ମପୁର ବିଧାୟକ ଡ଼.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।

ଏହି ଅଭିଯାନ ଜରିଆରେ ନୂତନ ଭାବେ ଜନ୍ମ ଲାଭ କରିଥିବା ଝିଅ ମାନଙ୍କ ନାମରେ ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲାଯିବ । ସହର ସମେତ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଝିଅର ଜନ୍ମ ଦିବସ ପାଳନ କରାଯିବ । ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି ବ୍ରହ୍ମପୁରବାସୀ । କନ୍ୟାଭୃଣ ହତ୍ୟାକୁ ରୋକିବା ନିମନ୍ତେ ରାଜ୍ୟ ସରକାର କରୁଛନ୍ତି ଅନେକ ଯୋଜନା । ନିକଟରେ ବିଜୁ କନ୍ୟା ରତ୍ନ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାର କାର୍ଯ୍ୟକାରିତା ପରେ ପୁଅ ଅପେକ୍ଷା ଝିଅ ମାନଙ୍କର ହାର ବୃଦ୍ଧି ସହ ସେମାନଙ୍କ ପ୍ରତି ଥିବା ସାମାଜିକ ଅସ୍ପୃଶ୍ୟତା ଦୂର ହେବ ବୋଲି ଆଶା କରାଯାଉଛି ।

ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି “ମୋ ଗେହ୍ଳା ଝିଅ” ଅଭିଯାନ । ଏହି ଯୋଜନା ହେଉଛି ବିଜୁ କନ୍ୟା ରତ୍ନ ଯୋଜନାର ଅଂଶବିଶେଷ । ଏହି ଯୋଜନା ମାଧ୍ୟମରେ ଚଳିତ ମାସରେ ଜନ୍ମ ଲାଭ କରିଥିବା ସମସ୍ତ ଝିଅ ମାନଙ୍କୁ ଓ ସେମାନଙ୍କର ମାଁ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂସା ପତ୍ର ପ୍ରଦାନ କରାଯିବା ସହିତ ନୂତନ ବସ୍ତ୍ର ସହ ମିଠା ପ୍ରଦାନ କରାଯାଇଛି । ଏହାଛଡ଼ା ଏହି ଯୋଜନା ମାଧ୍ୟମରେ ନୂତନ ଭାବେ ଜନ୍ମ ଲାଭ କରିଥିବା ଝିଅ ମାନଙ୍କ ନାମରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯିବ । ଏହି ଆକାଉଣ୍ଟରେ ଜନ ପ୍ରତିନିଧି ମାନଙ୍କ ଦ୍ବାରା ଟଙ୍କା ଜମା କରାଯିବା ନେଇ ସଚେତନତା କରାଯିବ । ଯାହାଫଳରେ ଏହି ଟଙ୍କା ଭବିଷ୍ୟତରେ ସେହି ଝିଅ ମାନଙ୍କର ଶିକ୍ଷା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ହୋଇପାରିବ ବୋଲି ପ୍ରକାଶ କରିଛନ୍ତି ବ୍ରହ୍ମପୁର ମହାନଗ ନିଗମର କମିନଶନର ଚକ୍ରବର୍ତ୍ତୀ ସିଂ ରାଥୋଡ ।

ସେପଟେ ଝିଅ ହାରକୁ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଥିବା କହିଛନ୍ତି ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଝିଅ ମାନଙ୍କ ଜନ୍ମ ଦିବସ ପ୍ରତି ମାସରେ ପାଳନ କରାଯିବ । ଏହା ସହ ଏଭଳି ଯୋଜନାକୁ ସ୍ୱାଗତ କରିବା ସହ ଏହା ସଫଳ ହେବ ବୋଲି ମତ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + 14 =