୫-ଟି କେମିତି ଚାଲିଛି ଦେଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ୱର() ଆଜି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଅଚାନକ କମିଶନରେଟ ପୋଲିସର ଲକ୍ଷ୍ମୀସାଗର ଥାନାକୁ ଗସ୍ତ କରିଥିଲେ । ଥାନାରେ ମୋ ସରକାର କାର୍ଯ୍ୟକ୍ରମ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଥାନାକୁ ମାମଲା ନେଇ ଆସୁଥିବା ଅଭିଯୋଗକାରୀ ମାନଙ୍କୁ କିପରି ବ୍ୟବହାର କରାଯାଉଛି ସେନେଇ ମଧ୍ୟ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।