ସନ୍ଧ୍ୟା ୫ଟା ସୁଦ୍ଧା ୬୧ % ମତଦାନ
ଭୁବନେଶ୍ବର() ସଂଧ୍ୟା ୫ଟା ୩୦ ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି । କେତୋଟି ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଥିବା ବେଳେ ଆଉ ୨ଟି ବୁଥରେ କ୍ରସ୍ ପେୟାରିଂ ଯୋଗୁଁ ସାନି ମତଦାନ ହେବ ।
ଆଜି ୬ଟି ଲୋକସଭା ଆସନ ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୬୫.୩୨ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୫୦.୪୬ ପ୍ରତିଶତ ମତଦାନ ହୋଇଛି । ସେହିପରି ଢ଼େଙ୍କାନାଳରେ ୬୨.୩୨ ପ୍ରତିଶତ, ପୁରୀରେ ୫୮.୧୧ ପ୍ରତିଶତ, ସମ୍ବଲପୁରରେ ୫୬.୩୪ ପ୍ରତିଶତ ଏବଂ କଟକରେ ୫୬.୯୭ ପ୍ରତିଶତ ମତଦାନ ହୋଇଛି ।