ରାଜ୍ୟ

ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର ଉନ୍ନତି ଲାଗି ଗଠନ ହେଲା ପ୍ରକଳ୍ପ ଉପଦେଷ୍ଟା କମିଟି

ଭୁବନେଶ୍ୱର: ଏକାମ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିର ଚାରିପାଖର ମୋଟ ୮୦ ଏକର ଅଞ୍ଚଳର ଉନ୍ନତିକରଣ କରାଯିବ । ଏମିତି ରୂପରେଖ ହେବ, ଯାହା ଓଡ଼ିଶାର ସଂସ୍କୃତି, କଳା, ଐତିହ୍ୟକୁ ଆହୁରି ଆକର୍ଷଣୀୟ କରିବ ବିଶ୍ୱ ଦରବାରରେ । ଐତିହ୍ୟ କୀର୍ତ୍ତିରାଜି, ପବିତ୍ର ଜଳାଶୟର ସଂରକ୍ଷଣ ଓ ପୁନରୁଦ୍ଧାର ହେବ । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ସମସ୍ତ ବ୍ୟବସ୍ଥା କରାଯିବ । ରାସ୍ତାଘାଟର ଚେହେରା ବଦଳିବ । ଏହି ଏକାମ୍ର ଯୋଜନାକୁ ସାକାର କରିବା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ପ୍ରକଳ୍ପ ପରାମର୍ଶଦାତା କମିଟି (ପିଏସି) । କମିଟିର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି ଜାତୀୟ ଓ ଆନ୍ତର୍ଜାତିକ କର୍ପୋରେଟ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଡ.ସଂତୃପ୍ତ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟି ଲାଗି ଡ. ମିଶ୍ରଙ୍କ ଭଳି ପ୍ରତିଷ୍ଠିତ କର୍ପୋରେଟର ଲିଡରଙ୍କୁ ମନୋନୀତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 1 =