ହେମନ୍ତ ଶର୍ମା ଲୋକାୟୁକ୍ତରେ ହାଜର
ଭୁବନେଶ୍ବର() ଲୋକାୟୁକ୍ତ ପାଖରେ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ । ତକ୍ରାଳନୀ କ୍ରୟ କମିଟି ମୁଖ୍ୟ ତଥା ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ ଯାମିନୀର ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଛନ୍ତି । ମାସ୍କ ଓ ପିପିଇ କିଣା ଦୁର୍ନୀତି ଅଭିଯୋଗର ପକ୍ଷ ରଖିବାକୁ ଉଭୟ ହାଜର ହୋଇଛନ୍ତି । ରାଜ୍ୟ କଂଗ୍ରେସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାସ୍କ ଓ ପିପିଇ କିଣାରେ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ହୋଇଥିଲା ।