କମିଲା ଅଭିବୃଦ୍ଧି, ବଢ଼ିଲା ମୁଦ୍ରାସ୍ଫୀତି
ଭୁବନେଶ୍ୱର () ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର କମିଛି। ୨୦୧୮ -୧୯ରେ ୭.୯୦ ପ୍ରତିଶତ ରହିଥିବା ବେଳେ ୨୦୧୯ -୨୦ରେ ଏହା ୬.୧୬ ରହିବ ବୋଲି ଆକଳନ କରାଯାଇଛି। କୃଷି ଉତ୍ପାଦନ ହ୍ରାସ , ବାତ୍ୟା ର ପ୍ରଭାବ, ଖଣି ୱେବ୫ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହାର କମିବା ମୁଖ୍ୟ କାରଣ। ତେବେ ଜାତୀୟ ହର ଠାରୁ ଓଡିଶା ଉପରେ ରହିଛି। ଏହି ସମୟରେ ଜାତୀୟ ଅଭିବୃଦ୍ଧି ହାର ୫ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ୨୦୧୯- ୨୦ମୁଣ୍ଡ ପିଛା ଆୟ ୧ଲକ୍ଷ୧ହଜାର ୫୮୭ ଛୁଇଁ ବ। ୨୦୧୮ -୧୯ରେ ଏହା ୯୫୧୬୪ ଟଙ୍କା ଥିଲା। ୨୦୧୪ -୧୫ରୁ ୧୮ -୧୯ ମଧ୍ୟରେ ୨୧ଲକ୍ଷ ୭୬ହଜାର ପକ୍କା ଘର ନିର୍ମାଣ କରାଯାଇଛି।
ଓଡ଼ିଶାରେ ଟେଲି ସାନ୍ଦ୍ରତ ୮୦.୨୭ ଅର୍ଥାତ ପ୍ରତି ୧୦୦ଜଣ ରେ ୮୦ ଟେଲିଫୋନ ବ୍ୟବହାର କରୁଛନ୍ତି। ଜାତୀୟ ସ୍ତରରେ ଏହା ୯୩.୨୭ ରହିଛି। ସେହିଭଳି ଓଡ଼ିଶାରେ ପ୍ରତି ୧୦୦ଲୋକରୁ ୨୮ ଜଣ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ଜାତୀୟ ସ୍ତରରେ ଏହା ୩୮ ରାହିଛି। ଗ୍ରାମାଞ୍ଚଳରେ ମୋବାଇଲ ବ୍ୟବହାର ୬୧ ଜଣ କରୁଥିବା ବେଳେ ସହରାଞ୍ଚଳରେ ଏହା ଅଧିକ ରହିଛି। ଗ୍ରାମାଞ୍ଚଳରେ ୧୦୦ରୁ ୧୬ ଜଣ ଇଣ୍ଟରନେଟ ବ୍ୟବହାର କରୁଥିବା ବେଳେ ସହରାଞ୍ଚଳରେ ୮୩ ଜଣ ବ୍ୟବହାର କରୁଛନ୍ତି। ୨୦୧୬ ୧୭ ସୁଦ୍ଧା ୧୧ହଜାର ଗାଁ ରେ ମୋବାଇଲ ସଂଯୋଗ ନ ଥିଲା। ଏଥି ମଧ୍ୟରୁ ୧୦ ହଜାରେ ଗାଁ ହେଉଛି ନକ୍ସଲ ପ୍ରଭବିତ।
ସେପଟେ ଖଣି ରାଜସ୍ବରେ ଦୁଇଗୁଣା ବୃଦ୍ଧି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦିଆଯାଇ ଥିବା ତଥ୍ୟ କହୁଛି ବାସ୍ତବ ଚିତ୍ର। ଗତ ୫ ବର୍ଷ ମଧ୍ୟରେ ଖଣି କ୍ଷେତ୍ରରୁ ଆସିଛି ସର୍ବାଧିକ ରାଜସ୍ବ। ୨୦୧୮ ୧୯ରେ ମୋଟ ୧୦, ୪୭୯ କୋଟି ଟଙ୍କା ସଂଗ୍ରହ ହୋଇଛି। ୨୦୧୪ ୧୫ରେ ଖଣି ରାଜସ୍ୱ ୫୫୧୯ କୋଟି ଟଙ୍କା ରହିଥିବା ବେଳେ ୨୦୧୮ ୧୯ରେ ଏହା ଦୁଇ ଗୁଣ ହୋଇଛି। ୧୯୯୦ ୯୧ରେ ରାଜ୍ୟର ନିଜସ୍ୱ ଟିକସ ଅଂଶକୁ ଖଣି କ୍ଷେତ୍ରର ଅବଦାନ ୨.୬ପ୍ରତିଶତ ଥିବା ବେଳେ ଏବେ ଏହା ୨୩.୫୦ ରହିଛି।
ବିଶ୍ୱ ବଜାରରେ ଆର୍ଥିକ ମାନ୍ଦାବସ୍ଥା ୪ଟି ରାଜ୍ୟର ଅଭିବୃଦ୍ଧି ହାର ୧୦ ପ୍ରତିଶତ ରହିଛି। ସେହି ରାଜ୍ୟ ଗୁଡିକ ହେଲା ଆନ୍ଧ୍ର ପ୍ରଦେଶ, ପଞ୍ଚମବଙ୍ଗ, ତେଲେଙ୍ଗାନା ଓ ବିହାର। ୧୪ ଟି ରାଜ୍ୟର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ ରହିଛି। ଏଥିରେ ଓଡିଶା ରହିଛି। ଆଉ ବାକି ରାଜ୍ୟ ଜାତୀୟ ହାର ଠାରୁ ତଳେ ରହିଛନ୍ତି ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ, ଛତିଶଗଡ଼ ।
ଚାଷୀଙ୍କ ଆୟରେ ବୃଦ୍ଧି ଘଟିଛି। ୨୦୧୨-୧୩ରେ ଚାଷୀ ପରିବାରର ହାରାହାରି ଆୟ ମାସକୁ ୪୯୭୬ ଥିଲା ୨୦୧୬ ୧୭ ରେ ଏହା ୭୭୩୧ ରହିଛି।୪ବର୍ଷରେ ମାସକୁ ୨୭୫୫ ଟଙ୍କା ବୃଦ୍ଧି ଘଟିଛି। ସେହିପରି ବାର୍ଷିକ ଅଆୟରେ ୧୧.୬ ପ୍ରତିଶତ ବୃଦ୍ଧି ପାଇଛି। ଜାତୀୟ ସ୍ତରରେ ଏହା ୮.୬ ପ୍ରତିଶତ ରହିଛି। ଚାଷୀ ଙ୍କ ଆୟ ବୃଦ୍ଧି ପାଇ ରାଜ୍ୟସରକାର କାଳିଆ ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟରେ ଚାଷ ଜମିରେ ସାର ବ୍ୟବହାର ବଢ଼ିଛି। ୨୦୧୩-୧୪ରେ ହେକ୍ଟର ପିଛା ୫୭ କେଜି ସାର ବ୍ୟବହାର କରୁଥିବା ବେଳେ ୨୦୧୭-୧୮ରେ ୬୮ କେଜି, ୨୦୧୮ -୧୯ରେ ୭୩ କେଜି ସାର ବ୍ୟବହାର ହେଉଛି। କୀଟନାଶକ ଔଷଧ ବ୍ୟବହାର ବଢ଼ିଛି। ୨୦୧୩-୧୪ରେ ହେକ୍ଟର ପିଛା ୧୪୪ ଗ୍ରାମ ଥିବାବେଳେ ୨୦୧୮-୧୯ରେ ହେକ୍ଟର ପିଛା ରହିଛି ୧୬୧ ଗ୍ରାମ ରହିଛି।