Latestରାଜ୍ୟ

ଏସସିବିରେ ଅଗ୍ନିକାଣ୍ଡ

କଟକ ଏସସିବି ବଡ ମେଡିକାଲରେ ଅଗ୍ନିକାଣ୍ଡ । ପାଲୋଲୋଜି ବିଭାଗର ୨ଟି ରୁମରେ ନିଆଁ ଲାଗିଥିବା ଜଣାପଡିଛି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି । ଫଳରେ ଲାବ୍ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଏପରିକି ଏହି ଅଗ୍ନିକାଣ୍ଡରୁ ବିଭାଗର ୧୦ରୁ ଅଧିକ ଏସି ପୋଡି ନଷ୍ଟ ହୋଇଥିବଯାଇଛି ।

ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀ କିମ୍ବା ତାଙ୍କ ସହଯୋଗୀ ମୃତାହତ ହୋଇଥିବାର କୌଣସି ସୂଚନା ନାହିଁ । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଉପସ୍ଥିିତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । ପୁଲିସ୍ ଏବେ ଏହି ଅଗ୍ନିକାଣ୍ଡ ଘଟିବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ କରିିଛି ।

Share

Leave a Reply

Your email address will not be published. Required fields are marked *

17 − 7 =