ଲିକେଜ ହେବା ପରେ ଲାଗିଥିଲା ନିଆଁ
ଭୁବନେଶ୍ୱର() ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏଲପିଜି ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଘଟଣାର ପ୍ରାଥମିକ ତଦନ୍ତ ପରେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ(ପେସୋ)ର ଉପମୁଖ୍ୟ କଣ୍ଟ୍ରୋଲର ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଟାଙ୍କିରେ ନାଇଟ୍ରୋଜେନ ଦେଇ ଏଲପିଜି ଭର୍ତ୍ତି ବେଳେ ଲିକେଜ ହୋଇଥିଲା । ଲିକେଜ ହେବା ପରେ ନିଆଁ ଲାଗିଯାଇଥିଲା । ପରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ବେଳେ ଟାଙ୍କିରେ ସାଢେ ୪ଟନ ଏଲପିଜି ରହିଥିଲା । ପ୍ରଥମିକ ତଦନ୍ତ ସରିଛି । ବିସ୍ତୃତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବୁ । ବିସ୍ଫୋରଣରେ ମୃତାହତ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରୁଛି ବୋଲି ପେସୋର ଉପମୁଖ୍ୟ କଣ୍ଟ୍ରୋଲର ସୂଚନା ଦେଇଛନ୍ତି ।