Latestରାଜ୍ୟ

ମୃତ ବ୍ୟକ୍ତିକୁ ବଞ୍ଚାଇବା ପାଇଁ ପୂଜାପାଠ

ନୟାଗଡ଼: ମୃତ ବ୍ୟକ୍ତି ତାନ୍ତ୍ରିକର ପୂଜାପାଠ ପରେ ପୁଣିଥରେ ଜୀବିତ ହୋଇ ବସିବ |କିଛି ଏପରି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ଧାରରେ ବାଡ଼ି ବୁଲାଇ ଚାଲିଛନ୍ତି ନୟାଗଡ଼ ଶରଣକୁଳ ଥାନା ବରସାହି ଗାଁର ଲୋକେ । ମୃତବ୍ୟକ୍ତିକୁ ବଞ୍ଚାଇବା ପାଇଁ ଏଠାରେ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ,ନୟାଗଡ଼ ବରସାହି ଗାଁରେ ଶନିବାର ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ରବି ନାହାକ ନାମକ ଦଣ୍ଡୁଆ କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଚିକିତ୍ସା କରିବା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ପରିବାର ଲୋକେ ଶବକୁ ବ୍ୟବଚ୍ଛେଦ ନକରି ଶବକୁ ନେଇ ସିଧା ପହଞ୍ଚି ଯାଇଥିଲେ ଯାଇଥିଲେ ତାନ୍ତ୍ରିକ ନିକଟରେ, ଆଉ ପରେ ମୃତଦେହକୁ ବଞ୍ଚାଇବାକୁ ଯାଇ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା ।ଶବ ଉପରେ ଢଳା ଯାଇଥିଲା ଗରା ଗରା ପାଣି |ବଞ୍ଚାଇବା ପାଇଁ ନାମ ସଂକୀର୍ତନ ମଧ୍ୟ ଚାଲିଥିଲା l ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଶରଣକୁଳ ପୋଲିସ ଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ବୁଝିନଥିଲେ l ତେବେ ଶରଣକୁଳ ପୋଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି ।

Share

Leave a Reply

Your email address will not be published. Required fields are marked *

three × two =