ପୋକ୍ସୋ ଓ ଅନ୍ୟ ଦଫାରେ ମାମଲା ରୁଜୁ
କଟକ() କଟକ ଚାଉଳିଆଗଂଜ ଥାନା ଅଂଚଳରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ କଟକ ଡିସିପି ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ, ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୀଡ଼ିତାଙ୍କୁ ଉଦ୍ଧାର କରି ବସୁନ୍ଧରା ଚାଇଲ୍ଡ ଲାଇନରେ ରଖାଯାଇଛି । ପୀଡ଼ିତାଙ୍କର ୧୬୧ ଓ ୧୬୪ ବୟାନ ରେକର୍ଡ ହୋଇଛି । ପୀଡ଼ିତାଙ୍କ ଡାକ୍ତରୀ ମାଇନା ଶେଷ ହୋଇଛି । ପୀଡ଼ିତାଙ୍କୁ କ୍ଷତିପୂରଣ ସହ ମାମଲା ନେଇ ଶୀଘ୍ର ଚାର୍ଜସିଟ ହେବ । ଚାଉଳିଆଗଞ୍ଜ ଥାନାରେ ପୋକ୍ସୋ ଓ ଅନ୍ୟ ଦଫାରେ ମାମଲା ହୋଇଛି । ଅଭିଯୁକ୍ତ ସନ୍ତୋଷ ବେହେରା ନାବାଳିକାଙ୍କୁ ଓଏମପିରୁ ନେଇଥିଲା । ପ୍ରଲୋଭନ ଦେଖାଇ ସନ୍ତୋଷ ନାବାଳିକାଙ୍କୁ ଭୁଲାଇ ନେଇଥିଲା । ସନ୍ତୋଷ ନାବାଳିକାଙ୍କୁ ରାକେଶ ରାଉତର ଚିକେନ ଦୋକାନକୁ ନେଇଥିଲା । ଉଭୟେ ୨୦/୨୨ ଦିନ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଜଣକ କହିଥିବା ନେଇ ଡିସିପି କହିଛନ୍ତି । ତେବେ ସ୍ପଟ ଯାଞ୍ଚ କରି ତଥ୍ୟ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି ।