କଟକରୁ ଆଉ ୧୬ ପଜିଟିଭ, କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪କୁ ବୃଦ୍ଧି
କଟକ() ପୁଣି କଟକରେ ଆଉ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୬ ଜଣରୁ ୮ଜଣ ଲୋକାଲ କଣ୍ଟାକ୍ଟ କେସ ଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ରାଉସାପାଟଣାର ୫ ଜଣ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୦, ୨୫, ୪୮ ବର୍ଷୀୟ ପୁରୁଷ ଓ ୩୭, ୪୮ ବର୍ଷର ମହିଳା ଅଛନ୍ତି । ସେହିପରି ସିଡିଏ ସେକ୍ଟର ୧୦ରୁ ଜଣେ ୫୩ ବର୍ଷୀୟ ପୁରୁଷ ଲୋକାଲ କଣ୍ଟାକ୍ଟ ବୋଲି ଜଣାଯାଇଛି । ବାଦାମବାଡ଼ି ରକ୍ସି ଲେନର ଜଣେ ୩୩ ବର୍ଷୀୟ ଯୁବକ ଓ ଓଡ଼ିଆ ବଜାରର ଜଣେ ୪୫ ବର୍ଷୀୟ ପୁରୁଷ ମଧ୍ୟ ଲୋକାଲ କଣ୍ଟାକ୍ଟ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ଡଗରପଡ଼ାର ଯୁବକ ଓ ଶାନ୍ତି ବିହାରର ଜଣେ ମହିଳା ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।
ଆଜିର ୧୬ ପଜିଟିଭକୁ ମିଶାଇ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୪କୁ ବୃଦ୍ଧି ପାଇଛି ।