ରାଜ୍ୟରେ କରୋନା ପୁନଃ ସଂକ୍ରମଣ ହେଉଛି
ଭୁବନେଶ୍ୱର() ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ତେବେ ଏହା ଭିତରେ ପୁଣି ଏକ ଚିନ୍ତାଜନକ ତଥା ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ତାହା ହେଲା ଓଡ଼ିଶାରେ କରୋନା ଏବେ ପୁନଃସଂକ୍ରମଣ ହେଉଛି । ଆଇଏଲଏସ ନିଦେ୍ର୍ଧଶ ଅଜୟ ପରିଡ଼ା ଏହି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ, ଶୀତରେ କରୋନା ସଂକ୍ରମଣ ବଢିବା ନେଇ ସମ୍ଭାବନା ରହିଛି । ସଂକ୍ରମଣ ବ୍ୟାପିବାରେ ଶୀତ ସହାୟକ ହେଉଛି । ଏନେଇ ସଜାଗ ନରହିଲେ କରୋନ ବଢିବ । ବର୍ତ୍ତମାନ ସଂକ୍ରମଣ କମିଛି । ଦୈନିକ ୧୫ଶହ ପାଖାପାଖି ରହିଛି । ପୂଜାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଥିଲା । କିନ୍ତୁ ଲୋକଙ୍କ ସହଯୋଗ ଯୋଗୁଁ କମିଛି ।
ତେବେ ଏବେ ଓଡ଼ିଶାରେ କରୋନା ପୁନଃ ସଂକ୍ରମଣ ହେଉଛି, କିନ୍ତୁ ବହୁତ କମ । ଆଇଏଲଏସ ଟେଷ୍ଟିରେ କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩/୪ ଜଣଙ୍କର ପୁନଃ ସଂକ୍ରମଣ ହୋଇଥିବା ଜଣାଯାଇଛି । ପଜିଟିଭ ପରେ ପୁଣି କାହିଁକି ପୁନଃସଂକ୍ରମଣ ହେଉଛି ତାହାର ତର୍ଜମା କରାଯାଉଛି । ରାଜ୍ୟରେ ସେକେଣ୍ଡ ୱେଭ ନେଇ ସମ୍ଭାବନା ରହିଛି । ଏନେଇ ଜନସାଧାରଣ ସଚେତନ ହେବା ଦରକାର ବୋଲି ଆଇଏଲଏସ ନିଦେ୍ର୍ଧଶ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।