Latestରାଜ୍ୟ

କରୋନାକୁ ହରାଇବାକୁ ହେଲେ ଆଗକୁ ଆସନ୍ତୁ, ଟେଷ୍ଟ କରାନ୍ତୁ

ଭୁବନେଶ୍ବର() ଆଜି ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିିି ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଦୁରୀ । ସେ କହିିଛନ୍ତି ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏହାସହ କରୋନା ଟେଷ୍ଟକୁ ଅଧିକରୁ ଅଧିକ ବଢ଼ାଯାଉଛି । କେତେକ ସ୍ଥାନରେ ଲୋକ ଟେଷ୍ଟ କରିବାକୁ ଆଗକୁ ଆସୁନାହାନ୍ତି । କରୋନାକୁ ହରାଇବାକୁ ହେଲେ ଆଗକୁ ଆସନ୍ତୁ ଏବଂ ଟେଷ୍ଟ କରନ୍ତୁ ବୋଲି ବିଏମସି କମିସନର ପରାମର୍ଶ ଦେଇଛନ୍ତି । ଏହାସହ ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ଆକ୍ରାନ୍ତ ଚିହ୍ନଟ ହେଲେ ସଙ୍ଗେ ସଙ୍ଗେ ହସ୍ପିଟାଲ ନେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ଫୋନ କରି ରୋଗୀଙ୍କ ମତାମତ ଗ୍ରହଣ କରାଯାଉଛି । ଏବେ ଭୁବନେଶ୍ୱରରେ ସୁସ୍ଥ ହାର ୬୩ ପ୍ରତିଶତ ରହିଛି । ଅନ୍ୟପଟେ ବଜାର ହାଟରେ ସାମାଜିକ ଦୂରତା ରହୁନଥିବା ଜଣାପଡ଼ିଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ବୟସ୍କ ଲୋକମାନେ ସବୁ ଦିଗପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve + two =