ପୁଣି ଥାନାକୁ ଗଲେ ବର୍ଷା ଓ ତାଙ୍କ ଶାଶୂ
କଟକ() ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଶାଶୁ ଥାନାର ଦ୍ୱାରସ୍ଥ ହୋଇଛି । ପରସ୍ପର ବିରୋଧରେ ଅଭିଯୋଗ ଆଣି ଉଭୟ ଥାନାରେ ପହଞ୍ଚିଛନ୍ତି । କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।
ଘରୁ ବାହାର କରିଦେବାକୁ ଚକ୍ରାନ୍ତ କରାଯାଉଥିବା ବର୍ଷା ଅଭିଯୋଗ କରିଛନ୍ତି । ଏପରିକି ରହିବା ପାଇଁ କୌଣସି ବିକଳ୍ପ ନଥିବା ବର୍ଷା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଏନେଇ ସୁରକ୍ଷା ସହ ଘରକୁ ଆସି ତଦନ୍ତ କରିବାକୁ ବର୍ଷା ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷରେ ବର୍ଷାଙ୍କ ବିରୋଧରେ ଶାଶୁ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଘର ମରାମତିର ଆବଶ୍ୟକତା ରହିଛି । ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ । କହିବା ସତ୍ତ୍ୱେ ବର୍ଷା ଘର ଖାଲି କରିବାକୁ ରାଜି ହେଉନାହାନ୍ତି ବୋଲି ଶାଶୁ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି ।