Latestରାଜ୍ୟ

ଆସନ୍ତା ରବିବାର ଖୋଲାରହିବ ବ୍ୟାଙ୍କ, କାହିଁକି ଜାଣନ୍ତୁ …

ଆସନ୍ତାକାଲି ଅଥାର୍ତ ମାର୍ଚ୍ଚ ୩୧ରେ ଦେଶର ସମସ୍ତ ସରକାରୀ ନେଣଦେଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଶାଖା ଗୁଡିକ ଖୋଲା ରହିବ । ଏନେଇ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଏକ ନିର୍ଦ୍ଦେଶାନାମା ଜାରି କରିଥିଲା । ମାର୍ଚ୍ଚ ୩୧ରେ ଆର୍ଥିକ ବର୍ଷର ଶେଷ ଦିନ ହେଇଥିବାରୁ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପେ ଏବଂ ଆକାଉଣ୍ଟ କାର୍ୟ୍ୟାଳୟ ଗୁଡ଼ିକ ରବିବାର ଖୋଲା ରଖିବାକୁ ଆରବିଆଇ ପକ୍ଷରୁ କୁହାଯାଇଛି ।

ଚଳିତ ଆର୍ଥିକ ବର୍ଷର ଶେଷ ଦିନ ରବିବାର ପଡୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରୀ ନେଣଦେଣ କରୁଥିବା ବ୍ୟାଙ୍କ ଶାଖା ଗୁଡ଼ିକୁ ଉକ୍ତ କାମ ସେହିଦିନ ଶେଷ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ରିଜର୍ଭ ବ୍ୟାଙ୍କ କହିଛି। ମାର୍ଚ୍ଚ ୩୦ ତାରିଖ ଦିନ ସରକାରୀ ନେଣଦେଣ ପାଇଁ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ନିର୍ଦ୍ଦିଷ୍ଟ କାଉଣ୍ଟରକୁ ରାତି ୮ଟା ଏବଂ ୩୧ ତାରିଖରେ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଖୋଲା ରଖିବାକୁ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

seven + 5 =