ମହିମା ମିଶ୍ରଙ୍କୁ ମିଳିଲା ଜାମିନ
ଭୁବନେଶ୍ବର () ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ତାରିଣୀଗଡା ଗୁଳିକାଣ୍ଡ ମାମଲା ଓ ପ୍ରେସ ଛକ ବୋମା ମାଡ଼ ଘଟଣାରେ ତାଙ୍କୁ ଜାମିନ ମିଳିଛି । ଏକ ଲକ୍ଷ ଟଙ୍କିର ୨ ଜଣ ଜାମିନଦାରଙ୍କ ବଦଳରେ ମୁକୁଳିବେ ମହିମା। କୌଣସି ସାକ୍ଷ୍ୟଙ୍କୁ ପ୍ରଭାବିତ ନ କରିବାକୁ ହାଇକୋର୍ଟ ସର୍ତ୍ତ ରଖିବା ସହ ତଦନ୍ତରେ ସାହାଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥି ସହ କୋର୍ଟରେ ନିଜର ପାସପୋର୍ଟ ଦାଖଲ କରିବାକୁ ସର୍ତ୍ତ ରହିଛି। ପୁର୍ବରୁ ସିୱେଜ ସିପିଂ ଜିଏମ୍ ହତ୍ୟା ମାମଲାରେ ଜାମିନ ମିଳିଛି। ଏହାଦ୍ବାରା ପ୍ରାୟ ଦେଢ ବର୍ଷ ପରେ ମହିମାଙ୍କ ଜେଲରୁ ମୁକୁଳିବାର ଫିଟିଛି।