ରାଜ୍ୟରେ ୪ ଲକ୍ଷ ମେଟ୍ରିକ ଟନ କଦଳୀ ଉତ୍ପାଦନ ହେଉଛି
ଭୁବନେଶ୍ୱର() ରାଜ୍ୟରେ ୨୨ ହଜାର ହେକ୍ଟରରେ କଦଳୀ ଚାଷ କରାଯାଉଛି । ଏହାଛଡା ଅନ୍ୟମାନେ ନିଜ ବାଡ଼ିରେ ମଧ୍ୟ କଦଳୀ ଗଛ ଲଗାଉଛନ୍ତି । ରାଜ୍ୟରେ ୪ ଲକ୍ଷ ମେଟ୍ରିକ ଟନ କଦଳୀ ଉତ୍ପାଦନ ହେଉଛି । ଆନ୍ଧ୍ର କଦଳୀ ବ୍ରାଣ୍ଡ ହୋଇସାରିଛି ତେଣୁ ଲୋକ ଭାବୁଛନ୍ତି ସବୁ କଦଳୀ ଆନ୍ଧ୍ରରୁ ଆସୁଛି । କଦଳୀ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ଉଦ୍ୟାନ କୃଷି ମିଶନରୁ ସହାୟତା ଦିଆଯାଉଛି । ଅଧିକ କଦଳୀ ଉତ୍ପାଦନ ଓ ଗୁଣବତ୍ତା ପାଇଁ ଢେଙ୍କାନାଳ ଓ ଭୁବନେଶ୍ୱରରେ ଉନ୍ନତମାନର କଦଳୀ ଚାରା ପାଇଁ ଟିସୁ କଲଚରର ବ୍ୟବସ୍ଥା କରାଯାଇଛି ।
୪ରୁ ୫ ବି ବର୍ଷ ପରେ କଦଳୀ ଚାଷରେ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ପାଚିଲା କଦଳୀ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । କଦଳୀ ଚାଷକୁ ପ୍ରୋତ୍ସାହନ ଦେବାକୁ ଚାଷୀଙ୍କୁ ହେକ୍ଟର ପ୍ରତି ୪୦୯୮୫ ଟଙ୍କା ସହାୟତା ଦିଆଯାଉଛି ।ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ଜିଲ୍ଲାରେ କଦଳୀ ଚାଷକୁ ପ୍ରାଧାନ୍ୟ ଦିଆଯିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।
ଆଜି ବିଧାନସଭାରେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନ ର ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।