Latestରାଜ୍ୟ

ଶେଷରେ ସତ ଓଗାଳିଲେ ଆକାଶ

ଭୁବନେଶ୍ୱର() ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି । ଭିଜିଲାନ୍ସ ଜେରା ବେଳେ ସତ ଓଗାଳିଛନ୍ତି ଆକାଶ । ଟାଟା ମୋଟର୍ସରେ ଚାକିରି କରିନଥିବା ସେ ସ୍ୱୀକାର କରିଛନ୍ତି । ଏହା ବ୍ୟତିତ ଚାଟାର୍ଡ ପ୍ଲେନରେ ସମ୍ପର୍କୀୟଙ୍କ ସହ ବିଦେଶ ଭ୍ରମଣ ନେଇ ମଧ୍ୟ ମାନିଛନ୍ତି । ଆକାଉଣ୍ଟରେ ଟଙ୍କା ନେଇ ବାରମ୍ବାର ବୟାନ ବଦଳାଇଛନ୍ତି ଆକାଶ । ଏନେଇ ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି । କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ଏବେ ଆକାଶଙ୍କୁ ଜେରା ଚାଲିଛି ।

ସୂଚନାଯୋଗ୍ୟ ଯେ, ଆକାଶ ନିଜକୁ ଟାଟାର ଏମଡି କହି ସ୍କାଏ କିଙ୍ଗ ସଂସ୍ଥାରୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଖାରବେଳ ଥାନାରେ ଆକାଶଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଛାନଭିନ୍ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

eighteen − seventeen =