ପ୍ରାର୍ଥୀ ଚୟନରେ ବିଜୟ ସମ୍ଭାବନାକୁ କଂଗ୍ରେସର ଗୁରୁତ୍ୱ
ଭୁବନେଶ୍ବର () ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଦଳରେ ରାହୁଲଙ୍କ ପଛକୁ ପି୍ରୟଙ୍କା ଗାନ୍ଧିଙ୍କ ଆବିର୍ଭାବ ପ୍ରତି କୋଣ ଓ ଅନୁକୋଣରେ କଂଗ୍ରେସ ଲୋକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି । ସେଇ ଉତ୍ସାହକୁ ନେଇ ଓଡିଶା କଂଗ୍ରେସରେ ମଧ୍ୟ ନିର୍ବାଚନ କସରତ ଆରମ୍ଭ ହୋଇଛି । ଏହିକ୍ରମରେ ଆଜି ଭୁବନେଶ୍ୱର ଠାରେ ପ୍ରାର୍ଥୀ ଚୟନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଏଆଇସିସି ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭି. ଡି. ସତିଶାନ ସମେତ ଏଆଇସିସି ସ୍କ୍ରିନିଂ କମିଟି ସଦସ୍ୟ ନୌସାଦ ସୋଲାଙ୍କି । ସମେତ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲୋ । ବିଜୟ ସମ୍ଭାବନା ଓ ଦଳୀୟ ବ୍ୟବସ୍ଥା ଅନୁସାରେ ପ୍ରାର୍ଥୀ ଚୟନ ହେବ ବୋଲି ସ୍କ୍ରିନିଂ କମିଟି ସଦସ୍ୟ କହିଛନ୍ତି । ।ଏହି ଏଆଇସିସି ପର୍ଯ୍ୟବେକ୍ଷକ ମାନେ ଓଡ଼ିଶାରେ ତିନି ଦିନ ରହିବା ସହ ବିଭିନ୍ନ ବର୍ଗଙ୍କ ସହ ଆଲୋଚନା କରିବେ । ସେପଟେ ଗତ ନିର୍ବାଚନରେ ପରାଜିତ ପ୍ରାର୍ଥୀ ବି ଆଶାବାଦୀ ଅଛନ୍ତି । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଯେଉଁ ପ୍ରାର୍ଥୀମାନେ ଆଶାୟୀ ଅଛନ୍ତି, ସେମାନେ ସିଧାସଳଖ ସ୍କ୍ରିନିଂ କମିଟିକୁ ସାକ୍ଷାତ କରି ନିଜ ପ୍ରାର୍ଥୀତ୍ୱ ସମ୍ପର୍କରେ ଅବଗତ କରାଇପାରିବେ। ଚଳିତମାସ ଶେଷ ସୁଦ୍ଧା ନିର୍ବାଚନ ପାଇଁ କଂର୍ଗେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରେ।