ସମ୍ଭାବ୍ୟ ବର୍ଷା ପରିପ୍ରେକ୍ଷୀରେ ଫସଲ ପରିଚାଳନା ପାଇଁ କୃଷି ପରାମର୍ଶ
ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଉତର ଓ ଉତର-ପଶ୍ଚିମ ଦିଗରେ ଗତି କରି ପୂର୍ବକେନ୍ଦ୍ରୀୟ ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଏବଂ ଏହା ପୁନଶ୍ଚ ଓଡ଼ିଶା ଓ ପଶ୍ଚିମବଙ୍ଗ ମୁହାଁ ହୋଇ ଉତର ଓ ଉତର ପଶ୍ଚିମ ଦିଗକୁ ଗତି କରୁଛି । ତେଣୁ ଏହାର ପ୍ରଭାବରେ ଆସନ୍ତା ୮ ରୁ ୧୦ ତାରିଖ ମଧ୍ୟରେ ବିଶେଷ କରି ଉପକୂଳବର୍ତୀ ଓ ଉତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ଅଂଚଳର ଚାଷୀ ଭାଇ ଓ ଭଉଣୀମାନେ ନିମ୍ନ ପ୍ରଦତ ଆପଦକାଳୀନ ଫସଲ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଉଛି :
- ବର୍ଷା ହେବା ପୂର୍ବରୁ ପାଚିଯାଇଥିବା ମଧ୍ୟମ କିସମ ଧାନକୁ ତୁରନ୍ତ କାଟିନେଇ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ ।
- ଅମଳ ହୋଇଯାଇଥିବା ସଅଳ କିସମ ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ ।
- ବର୍ଷାଦିନିଆ ମକାକୁ ଅମଳ କରିଦିଅନ୍ତୁ ।
- ପାକଳ ଅବସ୍ଥାରେ ଥିବା ଖରିଫ୍ ଚିନାବାଦାମ, ମୁଗ ଓ ବିରିକୁ ଓପାଡ଼ି ନିରାପଦ ସ୍ଥାନକୁ ନେଇ ଆସନ୍ତୁ ।
- ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ କର ନାଳୀ କରନ୍ତୁ ଓ ନାଳୀ ମୁହଁ ଖୋଲା ରଖନ୍ତୁ ।
- ପନି ରିବା ନର୍ସରୀରୁ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ ।
- ଗେଣ୍ଡୁ, ଗୋଲାପ ଆଦି ଫୁଲର ମାନ ବର୍ଷା ଯୋଗୁଁ ଖରାପ ହୋଇଯିବାର ସମ୍ଭାବନା ରହିଛି । ତେଣୁ ସେଗୁଡ଼ିକୁ ତୋଳି ଦିଅନ୍ତୁ ।
- ଫୁଲକୋବି, ବନ୍ଧାକୋବି ଇତ୍ୟାଦି ତୋଳିବା ଅବସ୍ଥାରେ ଥିଲେ ତୋଳି ଦିଅନ୍ତୁ ।
- ରବି ଫସଲରେ ବର୍ତମାନ ବୁଣାବୁଣି କାମ ବନ୍ଦ ରଖନ୍ତୁ । ବର୍ଷା ଛାଡ଼ିଗଲା ପରେ ବୁଣାବୁଣି କାମ କରନ୍ତୁ ।
- ବର୍ଷା ଛାଡ଼ିଗଲା ପରେ ପଡ଼ିଯାଇଥିବା ପନି ରିବା ଗଛର ମୂଳକୁ ମାଟି ଦେଇ ଠିଆ କରାଇ ଦିଅନ୍ତୁ ।
- ସଂପୂର୍ଣ୍ଣ ଭାବେ ପନିରିବା ଫସଲ ନଷ୍ଟ ହୋଇଯାଇଥିଲେ ଜମିରେ ପାଗ ଆସିଲା ପରେ ପୁଣି ଜମି ପ୍ରସ୍ତୁତ କରି ସଅଳ କିସମ କୋବି ଜାତୀୟ ଫସଲ ଓ ଶୀତଦିନିଆ ଅନ୍ୟାନ୍ୟ ପନିରିବା ଫସଲ ଲଗାଇବାର ବ୍ୟବସ୍ଥା କରନ୍ତୁ ।
- ଫଳ ବଗିଚାରେ ଅତ୍ୟଧିକ ପାଣି ଜମି ରହିଲେ ତାହାକୁ ନିଷ୍କାସନର ବ୍ୟବସ୍ଥା କରନ୍ତୁ ।
- ପାଣି ଛାଡ଼ିଗଲା ପରେ ଧାନ, ପନି ରିବା ଓ ଡାଲିଜାତୀୟ ଫସଲରେ କେତେକ ରୋଗ ପୋକ ଲାଗିବାର
ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ନିମ୍ନୋକ୍ତ ପରିଚାଳନା ବ୍ୟବସ୍ଥା ଗ୍ରହଣ କରନ୍ତୁ ।
୧. ଧାନ :
କ) କେଣ୍ଡାକଟା ପୋକ :
ବର୍ଷା ଛାଡ଼ି ଖରା ପାଗ ହୋଇଗଲା ପରେ କେଣ୍ଡାକଟା ପୋକ ଲାଗିବାର ସମ୍ଭାବନା ରହିଛି । ଏହାର ନିୟନ୍ତ୍ରଣ ପାଇଁ ଏକର ପ୍ରତି ରୋପାଇରିଫସ୍ ୫୦% + ସାଇପରମେଥ୍ରିନ୍ ୫% ଇ.ସି. ୪୦୦ ମି.ଲି. କିମ୍ବା ପ୍ରୋଫେନୋଫସ୍ ୫୦% ଇ.ସି. ୪୦୦ ମି.ଲି. ୨୦୦ ଲିଟର ପାଣିରେ ମିଶାଇ ଅପରାହ୍ନରେ ସିଂଚନ କରନ୍ତୁ ।
ଖ) ଗନ୍ଧିପୋକ :
ବର୍ଷା ପରେ କମ୍ ଉତାପ ରହିଲେ ଗନ୍ଧି ପୋକ ଲାଗି ପାରନ୍ତି । ଏହାର ନିରାକରଣ ପାଇଁ ଏକର ପ୍ରତି କ୍ଲୋରୋପାଇରିଫସ୍ ୧.୫% ଗୁଣ୍ଡ ୧୦ କି.ଗ୍ରା. ବିଂଚନ୍ତୁ କିମ୍ବା ମାଲାଥିଅନ୍ ୫୦% ଇ.ସି. ୪୦୦ ମି.ଲି. ୨୦୦ ଲିଟର ପାଣିରେ ମିଶାଇ ସକାଳ ସମୟରେ ସିଂଚନ କରନ୍ତୁ ।
ଗ) ବେକ ମହିଷା / କେଣ୍ଡା ମହିଷା :
ଧାନ ଫସଲରେ ବର୍ଷା ଛାଡ଼ିଗଲା ପରେ ବେକ ମହିଷା / କେଣ୍ଡା ମହିଷା ରୋଗ ଦେଖାଦେବାର ସମ୍ଭାବନା ରହିଛି । ଏହାର ନିରାକରଣ ପାଇଁ ଏକର ପ୍ରତି ଟ୍ରାଇସାଇକ୍ଲାଜୋଲ୍ ୭୫% ଡବ୍ଲୁ.ପି. ୧୨୦ ଗ୍ରାମ୍ କିମ୍ବା କାସୁଗାମାଇସିନ୍ ୩% ଏସ୍.ଏଲ୍. ୪୦୦ ମି.ଲି. କିମ୍ବା ହେକ୍ସାକୋନାଜୋଲ୍ ୫% ଇ.ସି. ୪୦୦ ମି.ଲି. 2୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
ଘ) ପତ୍ରାଚ୍ଛାଦ ସଢ଼ାରୋଗ :
ଏହି ରୋଗ ଦେଖାଗଲେ ଧାନ ଗଛ ବେକ ପଚି ଚିି ହୋଇଯାଏ । ଫଳରେ କେଣ୍ଡା ସଢ଼ିଯାଇ ବାହାରି ପାରେ ନାହିଁ । ଏକର ପ୍ରତି କାର୍ବେଣ୍ଡାଜିମ୍ ୫୦% ଡବ୍ଲୁ.ପି. ୩୦୦ ଗ୍ରାମ୍ କିମ୍ବା ଆଇପ୍ରୋଡିୟନ୍ ୨୫% + କାର୍ବେଣ୍ଡାଜିମ୍ ୨୫% ଡବ୍ଲୁ.ପି. ୫୦୦ ଗ୍ରାମ୍ କିମ୍ବା ପ୍ରୋପିକୋନାଜୋଲ୍ ୨୫% ଇ.ସି. ୨୦୦ ମି.ଲି. ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
୨. କପା
ଏହି ସମୟରେ ଯେଉଁଠାରେ କପା ତୋଳିବା ଅବସ୍ଥାରେ ଅଛି, ସେଗୁଡ଼ିକ ବର୍ଷା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ତେଣୁ ଶୁଖିଲା ପାଗ ଦେଖି କପା ତୋଳି ଶୁଖାଇ ଅମଳ କରିଦିଅନ୍ତୁ ।
୩. କଦଳୀ
ଏହି ସମୟରେ ପବନର ବେଗ ଅଧିକ ରହିବା ଯୋଗୁଁ କେତେକ ଅଂଚଳରେ କଦଳୀ ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏପରିସ୍ଥଳେ, ବର୍ଷାପରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ କାଟି ବାହାର କରି ଦିଅନ୍ତୁ । କଦଳୀ ବଗିଚାରୁ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ ଓ ବଗିଚାକୁ ପରିଷ୍କାର ରଖନ୍ତୁ ।
୪. ପନିରିବା ଓ ଡାଲିଜାତୀୟ ଫସଲ
କ) ଜଉପୋକ :
ପନିରିବା ଓ ଡାଲିଜାତୀୟ ଫସଲରେ ଜଉପୋକ ଲାଗିବାର ସମ୍ଭାବନା ରହିଛି । ଏହାର ନିରାକରଣ ପାଇଁ ଏକର ପ୍ରତି ୬୦ ମି.ଲି. ଇମିଡ଼ାକ୍ଲୋପ୍ରିଡ଼୍ ୧୭.୮% ଏସ୍.ଏଲ୍. କିମ୍ବା ଥାୟୋମେଥୋକ୍ସାମ୍ ୨୫% ଡବ୍ଲୁ.ଡି.ଜି. ୪୦ ଗ୍ରାମ୍ କିମ୍ବା ଏସିଟାମ୍ରିିଡ଼୍ ୨୦% ଏସ୍.ପି. ୫୦ ଗ୍ରାମ୍ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
ଖ) ପାଉଁଶିଆ ରୋଗ :
ବର୍ଷା ଛାଡ଼ିଗଲା ପରେ ମୁଗ, ବିରି, ହରଡ଼, ବରଗୁଡ଼ି ଆଦି ଫସଲରେ ପାଉଁଶିଆ ରୋଗ ଲାଗିବାର ସମ୍ଭାବନା ରହିଛି । ଏହାର ନିରାକରଣ ପାଇଁ ଏକର ପ୍ରତି ସଲ୍ଫର୍ ୮୦% ଡବ୍ଲୁ.ଜି. ୫୦୦ ଗ୍ରାମ୍ କିମ୍ବା କାର୍ବେଣ୍ଡାଜିମ୍ ୫୦% ଡବ୍ଲୁ.ପି. ୨୦୦ ଗ୍ରାମ୍ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
ଗ) ଝାଉଁଳା ରୋଗ :
ବର୍ଷା ପରେ ପନି ରିବା ଫସଲରେ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥିବାରୁ ପ୍ରତି ୧୦ ଲିଟର ପାଣିରେ ୧.୫ ଗ୍ରାମ୍ ଷ୍ଟ୍ରେପ୍ଟୋସାଇକ୍ଲିନ୍ + ୨୫ ଗ୍ରାମ୍ କପର ଅକ୍ସିକ୍ଲୋରାଇଡ଼୍ ମିଶାଇ ଫସଲର ମୂଳ ଭାଗକୁ ସିଂଚନ କରନ୍ତୁ ।