Latestରାଜ୍ୟ

୮ ଇନ୍‌ସ୍ପେକ୍ଟରଙ୍କୁ ଡିଏସପି ପଦୋନ୍ନତି

ଭୁବନେଶ୍ୱର: ଆଜି କଟକ କମିସନରେଟ ପୋଲିସର ୮ ଜଣ ଇନ୍‌ସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନେ ହେଉଛନ୍ତି କଟକ କମିସନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ ଇନସପେକ୍ଟର ଅଜୟ ଦାସ, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଇମନ କଲ୍ୟାଣ ନାୟକ, ପୁରୀଘାଟ ଆଇଆଇସି ରଶ୍ମି ରଞ୍ଜନ ସାହୁ, ବିଡାନାସୀ ଆଇଆଇସି ଲକ୍ଷ୍ମୀନାରାୟଣ ତିଵାରି, ଲାଲବାଗ ଥାନା ଆଇଆଇସି ଆଶୁତୋଷ ମିଶ୍ର, କନ୍ଦରପୁର ଆଇଆଇସି ସତ୍ୟଜିତ ଦାସ ।ଏହି ପଦୋନ୍ନତି ପରେ ସହରରେ ୮ଟି ଥାନାର ଇନସ୍ପେକ୍ଟର ପଦବି ଖାଲି ପଡ଼ିବାକୁ ଯାଉଛି ।

ସୂଚନା ଅନୁଯାୟୀ, କଟକ କମିସନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାଡ଼ ଇନସପେକ୍ଟର ଅଜୟ ଦାସ, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଇମନ କଲ୍ୟାଣ ନାୟକ, ପୁରୀଘାଟ ଆଇଆଇସି ରଶ୍ମି ରଞ୍ଜନ ସାହୁ, ବିଡାନାସୀ ଆଇଆଇସି ଲକ୍ଷ୍ମୀନାରାୟଣ ତିଵାରି, ଲାଲବାଗ ଥାନା ଆଇଆଇସି ଆଶୁତୋଷ ମିଶ୍ର, କନ୍ଦରପୁର ଆଇଆଇସି ସତ୍ୟଜିତ ଦାସ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ତେବେ କଟକ ଡିସିପି ଅଫିସର ଅପରାଧ ବିଭାଗର ଏସିପି ଯତୀନ ପଣ୍ତା ଓ ଏଚଆରପିସି ଏସିପି ସୁଯୋଗ୍ୟ ମିଶ୍ର ଗଲା ଏକ ମାସ ହେବ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଯାଇଛନ୍ତି। ସେହିପରି ଜୋନ୍‌ ୩ ଏସିପି ପ୍ରଫୁଲ୍ଲ କୁମାର ବଡ଼ଜେନା ମଧ୍ୟ ଗଲା ୧୫ ଦିନ ହେବ ବଦଳି ହୋଇ ଯାଇଛନ୍ତି।

ଏହି ତିନୋଟି ଡିଏସପି ପଦବି କଟକ କମିସନରେଟ୍‌ରେ ଖାଲି ପଡ଼ିଥିବାରୁ ଆଜି ପଦୋନ୍ନତି ପାଇଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ସେମାନଙ୍କ ସ୍ଥାନରେ ନିଯୁକ୍ତ କରିବାର ଯୋଜନା ରହିଛି। ଅନ୍ୟପଟେ ଆଜି ଡିଏସ୍‌ପି ପଦବିକୁ ୮ ଜଣ ଇନସ୍ପେକ୍ଟର ପଦୋନ୍ନତି ପାଇବା ପରେ ସହରରେ ୮ଟି ଥାନାର ଇନସ୍ପେକ୍ଟର ପଦବି ଖାଲି ପଡ଼ିବାକୁ ଯାଉଛି।

Share

Leave a Reply

Your email address will not be published. Required fields are marked *

twenty + 9 =