ୟୁଟ୍ୟୁବରେ ପାଠ ପଢ଼ିବେ +୨ ଛାତ୍ର ଛାତ୍ରୀ
ଭୁବନେଶ୍ୱର: ୟୁଟ୍ୟୁବ୍ରେ ପାଠ ପଢିବେ ଏକାଦଶ ଓ ଦ୍ଵାଦଶ। ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବ୍ରେ ପାଠ ପଢା ଯାଉଥିଲା। ଏହା ସଫଳ ହେବା ପରେ ଏବେ ଯୁକ୍ତ ୨ ପିଲାଙ୍କୁ ୟୁଟ୍ୟୁବ୍ରେ ପାଠ ପଢାଯିବା ପାଇଁ ନିଷ୍ପତ୍ତି ନେବାକୁ ଯାଉଛି ଗଣଶିକ୍ଷା ବିଭାଗ।
ଯେଉଁ ଛାତ୍ରଛାତ୍ରୀମାନେ କୋଭିଡ୍ ମହାମାରୀକୁ ନେଇ କ୍ଲାସ୍ କରିପାରୁ ନାହାଁନ୍ତି ସେମାନେ ଘରେ ରହି ୟୁଟ୍ୟୁବ୍ରେ ପାଠ ପଢି ପାରିବେ। ୟୁଟ୍ୟୁବ୍ରେ ଛାତ୍ରଛାତ୍ରୀମାନେ ସମସ୍ତ ସିଲାବସ୍ ପଢିପାରିବେ। ଏହାଦ୍ଵାରା ଛାତ୍ରଛାତ୍ରୀମାନେ ଆହୁରି ଅଧିକ ଉପକୃତ ହେବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।