Latestରାଜ୍ୟ

ମଦ୍ୟପ ପୁଅର ଗାଳିଗୁଲଜ ସହିନପାରି କୋଦାଳରେ ହାଣି ହତ୍ୟାକଲା ମା’

ଜନ୍ମ କଲା ପୁଅକୁ କୋଦାଳ ରେ ହାଣି ହତ୍ୟା କରିଛି ମା’। ଏହି ଘଟଣା ଘଟିଛି ସୁନ୍ଦରଗଡ଼ର ହେମଗିର ଥାନା ଅନ୍ତର୍ଗତ ଟପରିଆ ଗାଁରେ। ମଦ୍ୟପ ପୁଅର ଗାଳିଗୁଲଜ ଏବଂ ଅଶ୍ଳୀଳ ଆଚରଣରେ ବ୍ୟଥିତ ହୋଇ ମା’ ଏଭଳି କଠୋର ପଦକ୍ଷେପ ନେଇଥିବା ପୁଲିସ ଆଗରେ କହିଛି। ପୁଲିସ ହତ୍ୟାକାରୀ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଟପରିଆ ଗ୍ରାମର କୁଶମନ ବଢେକ୍ (୩୫) ମଦ ପିଇ ପ୍ରତିଦିନ ତା’ ମା’ ଗୁରୁବାରୀ ବଢେକ୍ (୫୫)ଙ୍କୁ ଗାଳିଗୁଲଜ ଓ ଅଶ୍ଳୀଳ ଆଚରଣ ଦେଖାଇବାରୁ ସେ ଘର ଛାଡ଼ି ନିଜ ଭଉଣୀ ଘରେ ରହି ଆସୁଥିଲେ। ତେବେ ନୂଆଁଖାଇ ପାଳନ କରିବାରୁ ଗୁରୁବାରୀ ନିଜ ଘରକୁ ଆସିଥିଲେ। ବିଭିନ୍ନ ବାହାନା ଦେଖାଇ କୁଶମନ ମା’ ସହିତ ବହୁତ ଝଗଡ଼ା କରିଥିଲା। ଗତକାଲି ରାତିରେ ଗାଁରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ହେଉଥିଲା। କାର‌୍ୟ୍ୟକ୍ରମ ଦେଖିବାକୁ ବୋହୂ ଓ ନାତୁଣୀ ଯାଇଥିବା ବେଳେ ପୁଅ କୁଶମନ ଘରେ ଏକ ଖଟିଆରେ ଶୋଇଥିଲା। ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଥିବା ମା’ ସେହି ସୁଯୋଗରେ ତାକୁ ମାରି ପକାଇବାଲାଗି ଯୋଜନା କରିଥିଲା। ଘରେ ଥିବା ଏକ କୋଦାଳକୁ ଆଣି ଖଟିଆରେ ଶୋଇଥିବା ପୁଅର ବେକରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ କୁଶମନର ମୃତ୍ୟୁ ଘଟିଥିଲା।

Share

Leave a Reply

Your email address will not be published. Required fields are marked *

1 + three =