Latestରାଜ୍ୟ

ବଢିଲା ଜୟନାରାୟଣଙ୍କ ଅଡୁଆ

ଜୟ ନାରାୟଣ ମିଶ୍ରଙ୍କ ଅଡୁଆ ବଢିଲା । ୨୦୧୮ ମସିହାର ଚର୍ଚ୍ଚିତ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ହାଜର ପାଇଁ ଜୟନାରାୟଣଙ୍କୁ ନୋଟିସ୍ ପଠାଇଛନ୍ତି କୋର୍ଟ । ଏହି ମାମଲାରେ ଆସନ୍ତା ୧୭ ତାରିଖରେ ହାଜର ହେବାକୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ ନିର୍ଦ୍ଦେଶ ଦେଇଛନ୍ତି । ଜୟନାରାୟଣଙ୍କ ସହ ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କୁ ସେହି ଦିନ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

୨୦୧୮ ମସିହା ବିଜେପୁୁର ଉପନିର୍ବାଚନ ସମୟରେ ହୋଇଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି । ଏହି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ ଅଛନ୍ତି ବିରୋଧୀ ଦଳ ନେତା । ହେଲେ ହାଇକୋର୍ଟଙ୍କ ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିମଲ ଭୁଏ ନାମମକ ଜଣେ ବ୍ୟକ୍ତି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନରେ ଅଭିଯୋଗକାରୀ ଦର୍ଶାଇଛନ୍ତି, ଜୟ ନାରାୟଣ ଅସୁସ୍ଥତା ଆଳ ଦେଖାଇ କୋର୍ଟରେ ହାଜର ହେଉ ନାହାନ୍ତି । କିନ୍ତୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ, ରାଲିରେ, ଧାରଣାରେ ସାମିଲ ହେଉଛନ୍ତି । ଏହି ମାମଲାର ୧୭ ତାରିଖରେ ହେବାକୁ ଥିବା ବେଳେ ଜୟନାରାୟଣଙ୍କୁ ହାଜର ହେବାକୁ ନୋଟିସ ଦିଆଯାଇଛି ।

ସେହିପରି ୨୦୧୦ ମସିହାରେ ଝାରବନ୍ଧ ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲାର ଶୁଣାଣି ଆସନ୍ତା ୨୩ ତାରିଖରେ ହେବ । ଏହି ମାମଲାରେ ମଧ୍ୟ ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ର ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।

Share

Leave a Reply

Your email address will not be published. Required fields are marked *

13 − eight =