Latestରାଜ୍ୟ

ଅଭିନେତ୍ରୀ ବର୍ଷାଙ୍କ ବିରୋଧରେ ପିଟିସନ

ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରିବାର ବିବାଦ ମାମଲାରେ କଟକ ପରିବାର ଅଦାଲତ ସୋମବାରଠାରୁ ବର୍ଷାଙ୍କ ଜେରା ଆରମ୍ଭ କରିଥିବାବେଳେ ମଙ୍ଗଳବାର କିନ୍ତୁ ସାକ୍ଷ୍ୟ ଗ୍ରହଣ ହୋଇ ପାରିନାହିଁ। ବର୍ଷା ପ୍ରିୟଦର୍ଶିନୀ ମଙ୍ଗଳବାର କୋର୍ଟରେ ଉପସ୍ଥିତ ନ ରହି ଜେରା ପାଇଁ ଆଉ ଗୋଟିଏ ଦିନ ସମୟ ଦେବାକୁ ପିଟିସନ ଦାୟର କରିଥିଲେ। ଅନ୍ୟପକ୍ଷରେ ଅନୁଭବଙ୍କ ତରଫରୁ ଏକ ପିଟିସନ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ବର୍ଷା ନିର୍ବାଚନ ପ୍ରଚାର ପାଇଁ ଯାଉଛନ୍ତି, କିନ୍ତୁ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତରେ ଉପସ୍ଥିତ ରହୁ ନାହାନ୍ତି।ଏ ନେଇ ତଥ୍ୟ ପ୍ରମାଣ ପେନ୍ ଡ୍ରାଇଭ ମାଧ୍ୟମରେ ଅନୁଭବଙ୍କ ତରଫରୁ ଅଦାଲତରେ ଦାଖଲ କରାଯାଇଥିଲା।

ବର୍ଷା ପୂର୍ବରୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ମାମଲା ଶୁଣାଣିରେ ସହଯୋଗ କରିବେ, ଅଯଥା ସମୟ ନେବେ ନାହିଁ। କିନ୍ତୁ ପ୍ରତିଶ୍ରୁତି ପାଳନ କରାଯାଉ ନାହିଁ ବୋଲି ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା। ବର୍ଷା ନିଜ ସାକ୍ଷ୍ୟ ସତ୍ୟପାଠ ସହିତ ଦାଖଲ କରିଥିବା ତିନି ଶହ ପୃଷ୍ଠାରୁ ଅଧିକ ନଥିପତ୍ର ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଅନୁଭବ ଦାଖଲ କରିଥିବା ପିଟିସନର ଶୁଣାଣି ହୋଇଥିଲା।

Share

Leave a Reply

Your email address will not be published. Required fields are marked *

3 × 4 =